Browsing Category

ଦେଶ ବିଦେଶ

ନୂଆ ବର୍ଷ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । 

ନୂତନ ବର୍ଷ ୨୦୨୫ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି, ଏହି ବର୍ଷ ସମସ୍ତଙ୍କ ପାଇଁ ନୂତନ ସୁଯୋଗ, ସଫଳତା ଏବଂ ଅସୀମ ସୁଖ ଆଣିଦେଉ। ସମସ୍ତଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଏବଂ ସମୃଦ୍ଧିର ଆଶୀର୍ବାଦ ମିଳୁ। ସେହିପରି

ନୂଆବର୍ଷ ଆରମ୍ଭରୁ କମିଲା ଏଲପିଜି ସିଲିଣ୍ଡର ଦାମ୍‌

ନୂଆ ବର୍ଷ ଆରମ୍ଭରୁ ସରକାର ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ତୈଳ ମାର୍କେଟିଂ କମ୍ପାନୀଗୁଡିକ ୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ ହାର ହ୍ରାସ କରିଛନ୍ତି। ଏଲପିଜି ସିଲିଣ୍ଡର ୧୪.୫୦ଟଙ୍କା ଶସ୍ତା ହୋଇଛି। ତେବେ ୧୪ କିଲୋଗ୍ରାମର ଘରୋଇ ସିଲିଣ୍ଡର ଦର ସ୍ଥିର ରହିଛି|

୨୦୨୫ ପାଲଟିବ ଉତ୍ତପ୍ତ ବର୍ଷ

୨୦୨୪ ଅର୍ଥାତ୍ ଚଳିତ ବର୍ଷ ଥିଲା ବିଶ୍ବର ସବୁଠାରୁ ଉତ୍ତପ୍ତ ବର୍ଷ । ଜଳିଥିଲା ପୃଥିବୀ । ଆଉ ଜଳେଇଥିଲା ମଧ୍ୟ । ତାପମାତ୍ରା ପାରଦ ଡେଇଁବାରେ ରେକର୍ଡ ସୃଷ୍ଟି କରିଥିବା ବେଳେ ହାହାକାରରେ ଫାଟିଥିଲା ପୃଥିବୀ । ତେବେ ୨୦୨୪ କୁ କାଟିବ ୨୦୨୫ ଉତ୍ତାପ । ବିପଦ ଡାକିଆଣୁଛି ଜଳବାୟୁ ପରିବର୍ତ୍ତନ

I am sorry, ଦୟାକରି କ୍ଷମା କରିଦିଅ’,କହିଲେ ମୁଖ୍ୟମନ୍ତ୍ରୀ 

ଦୀର୍ଘ ଦେଢ଼ ବର୍ଷରୁ ଅଧିକ ଦିନ ହେଲା ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷକୁ ନେଇ ମଣିପୁର ସ୍ଥିତି ଅତ୍ୟନ୍ତ ଖରାପ ରହିଛି। ଏସବୁ ଭିତରେ ୨୦୨୪ର ଶେଷ ଦିନରେ ରାଜ୍ୟବାସୀଙ୍କୁ କ୍ଷମା ମାଗିଛନ୍ତି ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ। ଚଳିତ ବର୍ଷ ନୂଆ ସମ୍ଭାବନା ସହ ଶେଷ ହୋଇଛି ଓ ୨୦୨୫ରେ ରାଜ୍ୟରେ

ସଫଳ ହେଲା ଭାରତର ସ୍ପେଡେକ୍ସ ମିଶନ

ଇତିହାସ ରଚିଛି ଇସ୍ରୋ । ଯାହା କେବଳ ଚୀନ୍, ଆମେରିକା ଓ ରୁଷ କରିପାରିଥିଲେ ତାହା ଭାରତ କରି ଦେଖାଇଛି। ଏହାକୁ କୁହାଯାଉଛି ସ୍ପେଡେକ୍ସ ମିଶନ ।ଇସ୍ରୋ ସଫଳତାର ସହିତ ଏହାର ଉଚ୍ଚାଭିଳାଷୀ ମିଶନ PSLV-C60 SpaDeX ଆରମ୍ଭ କରିଛି। ଏହି ମିଶନ ସହିତ ଭାରତ ଦେଶମାନଙ୍କର ସିଲେକ୍ଟ କ୍ଲବରେ ଯୋଗ

ଆଜି ଶ୍ରୀହରିକୋଟାରୁ ଉତକ୍ଷେପଣ ହେବ ସ୍ପେଡେକ୍ସ ମିଶନ

ନୂଆବର୍ଷ ପୂର୍ବରୁ ମହାକାଶରେ ଚମତ୍କାର କରିବାକୁ ଯାଉଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ), ଯାହା ଏ ଯାଏ କେବଳ ଆମେରିକା, ରୁଷ୍‌ ଏବଂ ଚୀନ୍‌ କରିପାରିଛନ୍ତି । ଏହାକୁ ସ୍ପେଡେକ୍ସ ମିଶନ କୁହାଯାଉଛି । ଏହି ମିଶନର ଲକ୍ଷ୍ୟ ହେଉଛି ମହାକାଶରେ ଦୁଇଟି ସାଟେଲାଇଟକୁ ପରସ୍ପର ସହ ଯୋଡ଼ିବା

ଜାନୁୟାରୀ ୧ ତାରିଖରୁ ଦେଶରେ ବଦଳିବାକୁ ଯାଉଛି ୟୁପିଆଇ ନିୟମ

୨୦୨୫ ଆସିବା ପୂର୍ବରୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ବର୍ଷ ବଦଳିବା ସହ ବଦଳିଯିବ ଅନେକ ନିୟମ । ଯାହା ଭିତରେ ୟୁପିଆଇ ନିୟମ ମଧ୍ୟ ସାମିଲ ଅଛି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ତରଫରୁ ୟୁପିଆଇ ନିୟମରେ ପରିବର୍ତ୍ତନ ହେବା ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି । ୟୁପିଆଇ ୧୨୩

ପଞ୍ଚଭୂତରେ ଲୀନ ହେଲେ ଦିବଙ୍ଗତ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ସରିଲା ଅନ୍ତିମ ସଂସ୍କାର।

ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ନିଗମ ବୋଧ ଘାଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରାଯାଇଛି । ଝିଅ ଦେଲେ ମୁଖାଗ୍ନି । ଏହାପୂର୍ବରୁ ତାଙ୍କର ଶେଷ ଯାତ୍ରା କଂଗ୍ରେସ କାର୍ଯ୍ୟାଳୟରୁ ନିଗମ ବୋଧ ଘାଟକୁ ନିଆଯାଇଥିଲା। ଏଥିରେ

ସୁଜୁକୀ ମୋଟର କର୍ପୋରେସନର ପୂର୍ବତନ ଅଧ୍ୟକ୍ଷ ଓସାମୂ ସୁଜୁକୀଙ୍କ ପରଲୋକ

ମାରୁତି ୮୦୦ କାର୍‌ ଆଣି ଭାରତୀୟ କାର୍‌ ବଜାରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ସୁଜୁକି ମୋଟର କର୍ପୋରେଶନର ପୂର୍ବତନ ଅଧ୍ୟକ୍ଷ ତଥା ସିଇଓ ଓସାମୁ ସୁଜୁକିଙ୍କର ବୁଧବାର ପରଲୋକ ହୋଇଯାଇଛି। ତାଙ୍କୁ ୯୪ ବର୍ଷ ହୋଇଥିତ୍ଲା। ସେ ରକ୍ତ କର୍କଟରେ ପୀଡ଼ିତ ଥିଲେ ବୋଲି ଶୁକ୍ରବାର କମ୍ପାନୀ ପକ୍ଷରୁ

ଟ୍ରେନ୍‌ ତଳେ ଲୁଚି ୨୫୦ କିମି ଅତିକ୍ରମ କଲେ ଯୁବକ

ଟ୍ରେନ ବଗି ତଳେ ୨୫୦ କିଲୋମିଟର ଯାତ୍ରା । ଅର୍ଥାଭାବରୁ ଟିକେଟ୍ କିଣି ନପାରି ଲୋକଟି ଏକ ଏକ୍ସପ୍ରେସ ଟ୍ରେନର ବଗି ତଳେ ଝୁଲିଝୁଲି ଇତର୍ସିଠାରୁ ଜବଲପୁର ପର୍ଯ୍ୟନ୍ତ ୨୫୦ କିଲୋମିଟର ଯାତ୍ରା କରିଛି ।ମଧ୍ୟପ୍ରଦେଶର ଇଟାରସିରୁ ଜବଲପୁର ପର୍ଯ୍ୟନ୍ତ ଦୂରତାକୁ ଯୁବକଜଣକ ଏପରି ଭାବେ