ନୂଆବର୍ଷ ଆରମ୍ଭରୁ କମିଲା ଏଲପିଜି ସିଲିଣ୍ଡର ଦାମ୍‌

ନୂଆ ବର୍ଷ ଆରମ୍ଭରୁ ସରକାର ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ତୈଳ ମାର୍କେଟିଂ କମ୍ପାନୀଗୁଡିକ ୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ ହାର ହ୍ରାସ କରିଛନ୍ତି।  ଏଲପିଜି ସିଲିଣ୍ଡର ୧୪.୫୦ଟଙ୍କା ଶସ୍ତା ହୋଇଛି। ତେବେ ୧୪ କିଲୋଗ୍ରାମର ଘରୋଇ ସିଲିଣ୍ଡର ଦର ସ୍ଥିର ରହିଛି| ସୂଚନାଯୋଗ୍ୟ ଯେ, ତୈଳ ମାର୍କେଟିଂ କମ୍ପାନୀଗୁଡିକ କେବଳ ମାସର ପ୍ରଥମ ଦିନରେ ଏଲପିଜି ଗ୍ୟାସର ମୂଲ୍ୟ ସ୍ଥିର କରନ୍ତି। ସେହିଭଳି ୧ ଜାନୁଆରୀରୁ ପେନସନଧାରୀଙ୍କ ପାଇଁ ଇପିଏଫ୍ ନୂଆ ନିୟମ ଲାଗୁ କରିବାକୁ ଯାଉଛି । ନୂଆ ନିୟମରେ ପେନସନଧାରୀ କୌଣସି ବି ବ୍ୟାଙ୍କରୁ ପେନସନ ଉଠାଇପାରିବେ, ଏଥିପାଇଁ ଅଧିକ ଯାଞ୍ଚର ଆବଶ୍ୟକତା ପଡିବନି । ଆରବିଆଇ ଫିଚର ଫୋନରେ ଅନଲାଇନ ପେମେଣ୍ଟ ସୁବିଧା ପାଇଁ ୟୁପିଆଇ ୧୨୩ ପେ ଆରମ୍ଭ କରିଛି । ଚାଷୀଙ୍କୁ ବିନା ଗ୍ୟାରେଣ୍ଟିରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ । ପୂର୍ବରୁ ଏନେଇ ଘୋଷଣା କରିଥିଲା ଆରବିଆଇ ।

Leave A Reply

Your email address will not be published.

18 − 13 =