ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ

ରାଜ୍ୟକାହାଣୀ ( ଭୁବନେଶ୍ୱର )ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ। ଇ-ମେଲ ଜରିଆରେ କୋର୍ଟକୁ ଉଡାଇ ଦେବାକୁ ଧମକ ମିଳିଥିଲା। କୋର୍ଟ ପରିସରରେ ସନ୍ଧାନୀ କୁକୁର ଓ ବମ୍ ସ୍କ୍ବାଡ ପହଞ୍ଚି ବିଭିନ୍ନ ସ୍ଥାନରେ ଯାଞ୍ଚ କରିଛନ୍ତି । ଦମକଳ ବାହିନୀ ମଧ୍ୟ କୋର୍ଟ ପରିସରରେ ପହଞ୍ଚିଥିଲେ। କୋର୍ଟ ପରିସରରେ ପୋଲିସ ଟିମ୍ ପହଂଚିଛି। କୋର୍ଟ କର୍ମଚାରୀ, ମାଜିଷ୍ଟ୍ରେଟ ଏବ୍ଂ ଓକିଲଙ୍କ ସହ ଆଲୋଚନା କରୁଛି ପୋଲିସ ।ଏହା ପୂର୍ବରୁ ରାଜ୍ୟର କେତେକ କୋର୍ଟକୁ ଇମେଲରେ ବୋମା ଧମକ ଆସିଥିଲା। ଏପରିକି ଭୁବନେଶ୍ବର କୋର୍ଟକୁ ମଧ୍ୟ ବୋମାରେ ଉଡାଇ ଦେବାକୁ ଧମକ ମିଳିଥିଲା। ପୁଲିସ ଯାଞ୍ଚ ପରେ କିଛି ମିଳି ନ ଥିଲା।ନିକଟରେ ପୁରୀ କୋର୍ଟକୁ ଉଡାଇଦେବାକୁ ମେଲରେ ଧମକ ଆସିଥିଲା । ଫଳରେ ଆଇନଜୀବୀମାନେ ଭୟରେ କୋର୍ଟ ବାହାରକୁ ବାହାରି ଆସିଥିଲେ । ମେଲ୍ ରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ପୋଲିସ ତନାଘନା ଜାରି ରହିଥିଲା ।

You might also like