ସକାଳୁ ସକାଳୁ ଲକ୍ଷାଧିକ ଟଙ୍କାର ଫାଇନ୍ କାଟିଲେ ବିଏମ୍ସି ମେୟର
ଭୁବନେଶ୍ୱର (ରାଜ୍ୟକାହାଣୀ )ସକାଳୁ ସକାଳୁ ଲକ୍ଷ ଲକ୍ଷ ଟଙ୍କାର ଫାଇନ କାଟିଲେ ବିଏମ୍ସି ମେୟର ସୁଲୋଚନା ଦାସ। ୟୁନିଟ ୪ ମାଛ ମାର୍କେଟ ଓ ପାଖ ଅଞ୍ଚଳରେ ହୋଇଥିବା ସଫେଇ କାର୍ଯ୍ୟକ୍ରମ ବେଳେ ଫାଇନ କାଟିଛନ୍ତି ମେୟର। ୟୁନିଟ୍ ୪ ମାଛ ମାର୍କେଟ ଓ ପାଶ୍ୱବର୍ତ୍ତୀ ଅଞ୍ଚଳରେ ଚଢାଉ । ସଫେଇ କାର୍ଯ୍ୟକ୍ରମ ବେଳେ ଫାଇନ କାଟିଲେ ମେୟର । ବିଭିନ୍ନ ହୋଟେଲ୍, ଅଟୋ ୱାର୍କସପ୍ ଓ ଶିକ୍ଷାନୁଷ୍ଠାନକୁ ଫାଇନ୍ କାଟିଲେ । ଅଳିଆ ଗଦାଇବା ପାଇଁ ଫାଇନ୍ କାଟିଲେ ମେୟର୍ । ଏହାଛଡା ଗୋଲ ଏଡୁକେଶନାଲ ଇନଷ୍ଟିଚ୍ୟୁଟକୁ ଓ ଚାଇନା ଗାର୍ଡେନକୁ ମଧ୍ୟ ୧ ଲକ୍ଷ ଟଙ୍କାର ଜରିମାନା ଦେବାକୁ ବିଏମସି କହିଛି। ଏହା ସହିତ, ୟୁନିଟ୍-୪ ମସଜିଦ ନିକଟରେ ମିଳିଥିବା ପରିତ୍ୟକ୍ତ କାର ଏବଂ ବାଇକ୍ ଜବତ କରାଯାଇଛି ।