ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ପ୍ରସଙ୍ଗ ଉଠାଇଲା ବିଜେଡି
ଭୁବନେଶ୍ୱର (ରାଜ୍ୟକାହାଣୀ )ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ପ୍ରସଙ୍ଗ ଉଠାଇଲା ବିଜେଡି । ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି, ୨୦୧୪ରେ ସ୍ୱତନ୍ତ୍ର ରାଜ୍ୟପାହ୍ୟା କଥା କହୁଥିଲେ । ଦୋମୁହାଁ ନୀତି ଚଳିବ ନାହିଁ । ଓଡିଶାକୁ କିଛି ତ ଦିଅନ୍ତୁ । ଇଣ୍ଡଷ୍ଟ୍ରିଆଲ କିମ୍ବା ହାଇସ୍ପିଡ ରେଳ କରିଡର ହେଉ । ବଜେଟରେ ଓଡିଶା ପାଇଁ କିଛି ନାହିଁ । ପ୍ରେସମିଟ୍ କରି ସରକାରଙ୍କ ଉପରେ ବର୍ଷିଲେ ବିଜେଡି ନେତା ସସ୍ମିତ ପାତ୍ର। ବିଜେଡି ନେତା କହିଛନ୍ତି ଯେ, ଆଜି କ୍ୟାବିନେଟ୍ ବୈଠକ ବସିବ। ବୈଠକରେ ବଜେଟ୍ କୁ ଅନୁମୋଦନ ମିଳିବ। ଯଦି ସତସାହାସ ଅଛି ରାଜ୍ୟ ସରକାର ଆଜି ପ୍ରସ୍ତାବ ଆଣନ୍ତୁ। କେନ୍ଦ୍ରକୁ ଚିଠି ଲେଖି ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦାବି କରନ୍ତୁ। ଯଦି ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ମିଳୁନି, ତାହେଲେ କେନ୍ଦ୍ର ମନା କଲା ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ କୁହନ୍ତୁ।