ଟ୍ରାଫିକ ଜାମରେ ଫସିଲେ ଲୋକେ, ଗାଡି ରଖି ଦେଇ ଘରକୁ ଚାଲିଚାଲି ଗଲେ ଜଣେ ବ୍ୟକ୍ତି 

ଅନୁକୂଳ ଜଳବାୟୁ ଏବଂ ସୁହାଇବା ଭଳି ରହଣୀକୁ ନେଇ ଅନେକ ସୁନାମ ଅର୍ଜନ କରିଥିବା ସିଲିକନ ସିଟି ବେଙ୍ଗାଲୁରୁ ଟ୍ରାଫିକ୍ ସମସ୍ୟାକୁ ନେଇ ବି ଦୁର୍ମାମ ମୁଣ୍ଡାଇଛି। ଏହି ଦୁର୍ନାମ ଏବେ ଚରମ ହେବାକୁ ବସିଲାଣି। ସହରରେ ଟ୍ରାଫିକ୍ ସମସ୍ୟା ଏପରି ଅତିଷ୍ଟ କରିଛି ଯେ, ଲୋକେ ନାହିଁ ନଥିବା ଅସୁବିଧାର

ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା 

ଭୁବନେଶ୍ୱର(ରାଜ୍ୟକାହାଣୀ) ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି। ଶୁକ୍ରବାର ମଧ୍ୟରାତ୍ରି ପ୍ରାୟ ୧୨ଟା ୫ ମିନିଟରେ ବାତ୍ୟା ସ୍ଥଳଭାଗ ଛୁଇଁଥିଲା। ଭିତରକନିକା ଏବଂ ଧାମରା ମଧ୍ୟବର୍ତ୍ତୀ ଅଞ୍ଚଳରେ ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ପବନର ବେଗ ବୃଦ୍ଧି ପାଇଥିଲା। ଶନିବାର ଭୋର

ବାତ୍ୟା ଦାନା ପାଇଁ ଧାମରା ବନ୍ଦରରେ ଫସିଲା ୨ ଟ୍ରଲର । 

ଭୁବନେଶ୍ୱର(ରାଜ୍ୟକାହାଣୀ) ବାତ୍ୟା ପାଇଁ ଧାମରା ମୁହାଣରେ ଫସିଲା ପଞ୍ଚିମବଙ୍ଗର ଦୁଇଟି ବୋଟ । ବୋଟରେ ଫସିରହିଥିବା ମତ୍ସ୍ୟଜୀବୀଙ୍କ ସଂଖ୍ୟା ଜଣାପଡ଼ିନାହିଁ । ବାତ୍ୟା ଯୋଗୁ ମନ୍ତେଇ ନଦୀରେ ବୋଟକୁ ଲଙ୍ଗର ପକାଇ ରଖାଯାଇଥିଲା । ବାତ୍ୟାର ପ୍ରକୋପ କମିବା ପରେ ଗୋଟେ ବୋଟକୁ ଅନ୍ୟ ଏକ ବୋଟ ଟାଣି

ସ୍ତନ କର୍କଟ ସଂପର୍କିତ ସଚେତନତା ବାର୍ତ୍ତାରେ ଯୁବରାଜଙ୍କ ଏନ୍‌ଜିଓକୁ ସମସ୍ତେ କରୁଛନ୍ତି ନିନ୍ଦା

ସ୍ତନ କର୍କଟ (ବ୍ରେଷ୍ଟ କ୍ୟାନସର) ସଂପର୍କରେ ଲୋକଙ୍କୁ ସଚେତନ କରିବାକୁ ଯାଇ ନିନ୍ଦିତ ହୋଇଛି କ୍ରିକେଟର ଯୁବରାଜ ସିଂହଙ୍କ ଏନ୍‌ଜିଓ YouWeCan। ଲୋକଙ୍କୁ ସ୍ତନ କର୍କଟ ସଂପର୍କରେ ସଚେତନ କରିବାକୁ ସଂସ୍ଥା ପକ୍ଷରୁ ଯେଉଁ ବିଜ୍ଞାପନଟି ପ୍ରସ୍ତୁତ କରାଯାଇଛି, ତାହାକୁ କେହି ପସନ୍ଦ କରୁ

ଆରମ୍ଭ ହେଲା ଟ୍ରେନ୍ ଚଳାଚଳ । କିନ୍ତୁ ସ୍ବାଭାବିକ ହୋଇନି । 

ଭୁବନେଶ୍ୱର(ରାଜ୍ୟକାହାଣୀ) ବାତିଲ ଟ୍ରେନ୍‌ ଛଡ଼ା ଅନ୍ୟ ଟ୍ରେନ୍‌ ସମୟ ଅନୁସାରେ ଗଡ଼ିବ ବୋଲି ପୂର୍ବତଟ ରେଲଓ୍ବେ ପକ୍ଷରୁ ଶୁକ୍ରବାର ସୂଚନା ଜାରି ହୋଇଛି। ବାତ୍ୟା ଦାନା ପାଇଁ ୩୦୦ ଟ୍ରେନ ବାତିଲ କରିଥିଲା ପୂର୍ବତଟ ରେଳବାଇ । ବାତିଲ ହୋଇଥିବା ଟ୍ରେନ ବ୍ୟତୀତ ଅନ୍ୟ ଟ୍ରେନ ନିର୍ଦ୍ଧାରିତ ସମୟ

୬ ଘଣ୍ଟା ମଧ୍ୟରେ ଗଭୀର ଅବପାତର ନେବ ରୂପ ବାତ୍ୟା ଦାନା,ଏବେ ବନ୍ୟା ଆଶଙ୍କା

ଭୁବନେଶ୍ୱର(ରାଜ୍ୟକାହାଣୀ) ଶେଷ ହେଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ଲ୍ୟାଣ୍ଡଫଲ ପରେ ଦୁର୍ବଳ ହୋଇଛି ବାତ୍ୟା ଦାନା । ଆଗାମୀ ୬ ଘଣ୍ଟା ମଧ୍ୟରେ ଗଭୀର ଅବପାତର ରୂପ ନେବ । ଗତ ରାତି ପ୍ରାୟ ସାଢ଼େ ୧ଟା ସମୟରେ ଆରମ୍ଭ ହୋଇଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ଭୋର ସାଢ଼େ ୩ଟା ସମୟରେ ସ୍ଥଳଭାଗ ଅତିକ୍ରମ

ଅକ୍ଟୋବର ୨୮ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି

ଭୁବନେଶ୍ୱର(ରାଜ୍ୟକାହାଣୀ) ବାତ୍ୟା ଦାନା ଓ ପରବର୍ତ୍ତୀ ସାହାଯ୍ୟ ଏବଂ ପୁନରୁଦ୍ଧାର କାର୍ଯ୍ୟ କୁ ଦୃଷ୍ଟିରେ ରଖି ଅକ୍ଟୋବର ୨୮ ରେ ଭୁବନେଶ୍ବର ୟୁନିଟ୍ -୫ ସ୍ଥିତ ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଟ ବନ୍ଦ ରହିବ | ଯେଉଁମାନେ ଏହି ଦିନ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ

ବାତ୍ୟା ଭୟରେ, ୨ଦିନରେ ୩ହଜାର କୋଟିର ସାମଗ୍ରୀ ବୋହିନେଲେ 

ଭୁବନେଶ୍ୱର(ରାଜ୍ୟକାହାଣୀ) ବାତ୍ୟା ଭୟରେ, ୨ଦିନରେ ୩ହଜାର କୋଟିର ବେପାର ହୋଇଛି । ଖାଦ୍ୟ ପଦାର୍ଥ ସହ ଅତ୍ୟାବଶକୀୟ ସାମଗ୍ରୀ ବୋହିନେଲେ ଖାଉଟି। ତେବେ ପରିସ୍ଥିତିର ଫାଇଦା ଉଠାଇ ମାଲାମାଲ ହେଲେ ବ୍ୟବସାୟୀ। ବାତ୍ୟା ପାଇଁ ଲୋକେ ଦୁଇ ତିନି ଦିନ ପୂର୍ବରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ

ବାତ୍ୟା ବେଳେ ଜନ୍ମନେଲେ ୧୬୦୦ ପିଲା

ଭୁବନେଶ୍ୱର(ରାଜ୍ୟକାହାଣୀ)ବାତ୍ୟା ସମୟରେ ରାଜ୍ୟରେ ଜନ୍ମନେଲେ ୧୬୦୦ ନବଜାତ ଶିଶୁ। ସମସ୍ତ ନବଜାତକ ଓ ମା ମାନେ ସୁସ୍ଥ ଥିବା ଜଣାପଡିଛି। ଏସଆରସିଙ୍କ କାର୍ଯ୍ୟାଳୟରେ ଗଣମାଧ୍ୟମକୁ ବାତ୍ୟା ମୁକାବିଲା ସଂପର୍କିତ ସୂଚନା ଦେବା ସମୟରେ ଏଭଳି କିଛି ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ଭୁବନେଶ୍ୱରରେ ସ୍ୱାଭାବିକ ହୋଇଛି ବିମାନ ଚଳାଚଳ ସେବା 

ଭୁବନେଶ୍ୱର(ରାଜ୍ୟକାହାଣୀ) ବାତ୍ୟା ‘ଦାନା’ ଆସିବା ପୂର୍ବରୁ ଗତକାଲିଠୁ ୪୦ ବିମାନ ସେବାକୁ ବାତିଲ କରାଯାଇଥିଲା। ଭୁବନେଶ୍ୱର ବିମାନ ବନ୍ଦରରୁ ସକାଳ ୮ଟାରୁ ସ୍ୱାଭାବିକ ହୋଇଛି ବିମାନ ଚଳାଚଳ । ଭୁବନେଶ୍ୱରରେ ସ୍ଥିତି ସ୍ୱାଭାବିକ ଥିବାରୁ ବିମାନ ଚଳାଚଳ କରାଯାଇଛି । ଭୁବନେଶ୍ୱର ବିମାନ