ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା 

ଭୁବନେଶ୍ୱର(ରାଜ୍ୟକାହାଣୀ) ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି। ଶୁକ୍ରବାର ମଧ୍ୟରାତ୍ରି ପ୍ରାୟ ୧୨ଟା ୫ ମିନିଟରେ ବାତ୍ୟା ସ୍ଥଳଭାଗ ଛୁଇଁଥିଲା। ଭିତରକନିକା ଏବଂ ଧାମରା ମଧ୍ୟବର୍ତ୍ତୀ ଅଞ୍ଚଳରେ ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ପବନର ବେଗ ବୃଦ୍ଧି ପାଇଥିଲା। ଶନିବାର ଭୋର ସୁଦ୍ଧା ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହେବ ବୋଲି ଆକଳନ ହୋଇଥିଲା। କିନ୍ତୁ ୨ଟି ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ଏରିଆ ସୃଷ୍ଟି ହେବାରୁ ଏଥିରେ ବିଳମ୍ବ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏଣେ ଲ୍ୟାଣ୍ଡଫଲ୍ ପରେ ଏହା ଧାମରାର ଉତ୍ତର ପଶ୍ଚିମ ଦିଗରେ ଗତି କରି କ୍ରମଶଃ ଦୁର୍ବଳ ହୋଇ ଅବପାତର ରୂପ ଧାରଣ କରିବ। ତେବେ ବାତ୍ୟା ଲ୍ୟାଣ୍ଡଫଲ ପରେ ୩ ଜିଲାକୁ ରେଡ ଆଲର୍ଟ ଜାରି ହୋଇଛି। ଅତି ପ୍ରବଳ ବର୍ଷା ନେଇ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜକୁ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

ଅନ୍ୟପଟେ ବାତ୍ୟା ପରେ ଏବେ ବନ୍ୟା ଆଶଙ୍କାରେ କିଛି ଜିଲାବାସୀ ଆତଙ୍କିତ। ଏପଟେ ସମୂଦ୍ର ପାଣି ଗାଁ ଭିତରକୁ ପଶିଆଶିବାରୁ ଶହ ଶହ ପରିବାର ପାଣିଘେରରେ। ସମୁଦ୍ରରେ ଉଚ୍ଚ ଢେଉ ଉପକୂଳବର୍ତ୍ତୀ ଅଞ୍ଚଳକୁ ମାଡ଼ କରୁଛି । କେଉଁଠି ୫୦୦ ମିଟର ତ ଆଉ କେଉଁଠି ଦେଢ଼ କିଲୋମିଟର ପର୍ଯ୍ୟନ୍ତ ସ୍ଥଳଭାଗକୁ ମାଡ଼ି ଆସିଲାଣି ସମୁଦ୍ର । ତିନି ମିଟର ଉଚ୍ଚର ଜୁଆର ମାଡ଼ ଦ୍ବାରା କେତେକ ସ୍ଥାନରେ ଅତଡ଼ା ଖାଉଛି ।

Leave A Reply

Your email address will not be published.

7 − 1 =