ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ARI

ଲାଞ୍ଚ ନେଇ ଧରାପଡିଲେ ନିକିରାଇ ଏଆରଆଇ ଅଭିମନ୍ୟୁ ବେହେରା । ୧୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ । ଜମିର କିସମ ପରିବର୍ତ୍ତନ ପାଇଁ ଲାଞ୍ଚ ନେବା ବେଳେ ଧରାପଡିଲେ ।ସୂଚନା ଅନୁସାରେ ଜମି ମାଲିକଙ୍କୁ ପ୍ରଥମେ ଏଆରଆଇ ୧୫,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। କିନ୍ତୁ ଏତେ ଟଙ୍କା ଦେବାକୁ ଅସମର୍ଥ ଥିଲେ ଜମି ମାଲିକ। ତେଣୁ ଏଆରଆଇ ବେହେରା ଲାଞ୍ଚ ପରିମାଣକୁ ହ୍ରାସ କରି ୧୨,୦୦୦ ଟଙ୍କା କଲେ। ଶେଷରେ ଜମି ମାଲିକ ଅନ୍ୟ କୌଣସି ଉପାୟ ନପାଇ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ଏହା ପରେ, ଓଡ଼ିଶା ଭିଜିଲାନ୍ସର ଟିମ ଆଜି ଅଭିମନ୍ୟୁ ବେହେରାଙ୍କ କାର୍ଯ୍ୟାଳୟରେ ଜମି ମାଲିକଙ୍କଠାରୁ ୧୨,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ରେଡ ହ୍ୟାଣ୍ଡରେ ଧରିଥିଲା। ଅଭିମନ୍ୟୁ ବେହେରାଙ୍କ ପୈତୃକ ଘର ଆଳି, ବାସଭବନ ଗରାପୁର ଓ ଅଫିସ୍‌ ଏକକାଳୀନ ଭିଜିଲାନ୍ସ ରେଡ୍ ଚାଲିଛି ।

You might also like