ରାଜ୍ୟ କାହାଣୀ (ଭୁବନେଶ୍ୱର )ଲାଞ୍ଚ ନେଇ ଧରାପଡିଲେ ପୋଲିସ ବାବୁ । ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଚନ୍ଦନପୁର ଥାନା ଏଏସଆଇ ପ୍ରଭାତ କୁମାର ପ୍ରଧାନ। ଏକ ଜମି ବିବାଦ ମାମଲାରେ ଅଭିଯୋଗକାରୀ ଓ ତାଙ୍କ ଭାଇଙ୍କୁ ସାହାଯ୍ୟ କରିବା ପାଇଁ ଏଏସଆଇ ପ୍ରଧାନ ୧୫,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏହି ମାମଲାରେ ସେ ନିଜେ ତଦନ୍ତକାରୀ ଅଧିକାରୀ ଥିଲେ।ଧରାପଡିବା ପରେ ପ୍ରଭାତଙ୍କ ଦୁଇଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ । ଅଭିଯୋଗକାରୀ ଏ ସମ୍ପର୍କରେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ, ଭିଜିଲାନ୍ସ ଦଳ ଏକ ଜାଲ ବିଛାଇ ଆଜି ଏଏସଆଇ ପ୍ରଧାନଙ୍କୁ ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ରେଡ୍ ହ୍ୟାଣ୍ଡ ଧରିଥିଲେ। ଅଭିଯୁକ୍ତଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ୧୫,୦୦୦ ଟଙ୍କା ଜବତ କରାଯାଇଛି।ଅଭିଯୁକ୍ତ ଏଏସଆଇ ପ୍ରଭାତ କୁମାର ପ୍ରଧାନଙ୍କ ବିରୋଧରେ ତଦନ୍ତ ଜାରି ରହିଛି।
You might also like