ଦେଶର ଷଷ୍ଠ ପ୍ରଦୂଷିତ ସହର ଅନୁଗୁଳ ! ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରରେ ପ୍ରଦୂଷଣ ବଳୟ ମଧ୍ୟ ସୃଷ୍ଟି

ରାଜ୍ୟକାହାଣୀ ( ଭୁବନେଶ୍ୱର )ଗମ୍ଭୀର ହେଲାଣି ଦିଲ୍ଲୀ ବାୟୁ ପ୍ରଦୂଷଣ। ରାଜଧାନୀବାସଙ୍କୁ ନାକେଦମ୍ କଲାଣି ପ୍ରଦୂଷଣ। ଯେମିତି ପଦକ୍ଷେପ ନେଲେ ବି ପରିସ୍ଥିତିରେ ସୁଧାର ଆସୁନି। ଦିଲ୍ଲୀ-ଏନସିଆରରେ ବାୟୁ ଗୁଣବତ୍ତା ବୃଦ୍ଧି ପାଇବାରେ ଲାଗିଛି। ଏଣିକି ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ହ୍ୱିପ୍ ଜାରି କରିଛି PMO। ପ୍ରଦୂଷଣ ସୃଷ୍ଟି କରୁଥିବା ଯାନବାହନ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ପଦକ୍ଷେପ ନେଇଛି। ଦିଲ୍ଲୀରେ ପ୍ରଦୂଷଣ ସୃଷ୍ଟିକାରୀ ଯାନବାହନକୁ ବନ୍ଦ କରି ଇଭି ଚଳାଚଳକୁ ଗୁରୁତ୍ବ ଦେଇଛି PMO ।ଦେଶରେ ସବୁଠାରୁ ପ୍ରଦୂଷିତ ସହର ହେଉଛି ଦିଲ୍ଲୀ। ତେବେ ଓଡ଼ିଶା ମଧ୍ୟ ଏହି ତାଲିକାରୁ ବାଦ ପଡିନାହିଁ। କାରଣ ଅନୁଗୁଳ ସହରରେ ପ୍ରଦୂଷଣ ସ୍ତର ଭୟଙ୍କର ସ୍ଥିତିକୁ ଯାଇଛି। ଏଠାରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ବା ବାୟୁର ଗୁଣବତ୍ତା ୩୪୦କୁ ବଢ଼ିଯାଇଛି। ମଙ୍ଗଳବାର ଏହା ଦେଶର ଷଷ୍ଠ ପ୍ରଦୂଷିତ ସହର ପାଲଟିଛି। ଯାହା ଏବେ ଚିନ୍ତାର କାରଣ ପାଲଟିଛି। ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରରେ ପ୍ରଦୂଷଣ ବଳୟ ମଧ୍ୟ ସୃଷ୍ଟି ହୋଇଛି। ଆକାଶ ଧୂଆଁଳିଆ ହେବା ସହ ଏକ୍ୟୁଆଇ ଅତି ନିମ୍ନସ୍ତରକୁ ଖସିଛି।

You might also like