୨୭ରୁ ବିଧାନସଭା ଶୀତ ଅଧିବେଶନ, ୨୬ରେ ସର୍ବଦଳୀୟ ବୈଠକ

ରାଜ୍ୟକାହାଣୀ ( ଭୁବନେଶ୍ୱର )୨୬ରେ ବସିବ ସର୍ବଦଳୀୟ ବୈଠକ । ଓଡ଼ିଶା ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ । ଯେଉଁଥିରେ ସମସ୍ତ ଦଳର ନେତାମାନେ ସାମିଲ ହେବାକୁ ବାଚସ୍ପତିଙ୍କ ପକ୍ଷରୁ ଜଣାଇ ଦିଆଯାଇଛି ।ସୂଚନା ଅନୁଯାୟୀ, ଆସନ୍ତା ୨୭ରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ। ଏହି ଅଧିବେଶନର ପ୍ରଥମ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହକୁ ସମ୍ବୋଧିତ କରିବେ। ୨୮ରେ ଗୃହରେ ସରକାର ପ୍ରଥମ ଅତିରିକ୍ତ ବଜେଟ ଆଗତ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଗୃହରେ ଉପସ୍ଥାପିତ କରିବେ। ଏହା ଉପରେ ଡିସେମ୍ବର ୪, ୫ ଓ ୬ରେ ଆଲୋଚନା ହେବ । ୮ ତାରିଖରେ ଏ ସଂପର୍କିତ ବ୍ୟୟମଞ୍ଜୁରୀ ବିଲ୍ ଗୃହରେ ଆଗତ ହେବ।ବିଧାନସଭାର ଏହି ଶୀତ ଅଧିବେଶନ ଡିସେମ୍ବର ୩୧ ଯାଏ ଚାଲିବ।

You might also like