ସୁଭଦ୍ରା’ ଯୋଜନାରେ ମିଳିବ ୫୦୦ ଟଙ୍କାର ବୋନସ୍‌।

ଭୁବନେଶ୍ୱର(ରାଜ୍ୟକାହାଣୀ) ସୁଭଦ୍ରାକୁ ନେଇ ଭ୍ରମିତ ନହେବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ସେ କହିଛନ୍ତି, ସୁଭଦ୍ରାକୁ ନେଇ ଅନେକ ଗୁଜବ ସୃଷ୍ଟି କରାଯାଉଛି, ଭ୍ରମିତ ହୁଅନ୍ତୁନି। ବ୍ୟାଙ୍କରୁ ଟଙ୍କା ନ ଉଠାଇଲେ ସରକାର ନେଇଯିବା ନେଇ ଗୁଜବ କରାଯାଉଛି। ବାସ୍ତବରେ ସେଭଳି କିଛି ନାହିଁ, ତେବେ  ‘ସୁଭଦ୍ରା’ ଯୋଜନାରେ ମିଳିବ ୫୦୦ ଟଙ୍କାର ବୋନସ୍‌। ଶୁକ୍ରବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହା କହିଛନ୍ତି । ଆଜି ଗଣମାଧ୍ୟମକୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ପ୍ରଭାତୀ କହିଛନ୍ତି, ଯେଉଁ ମହିଳାମାନେ ସୁଭଦ୍ରା ଅର୍ଥ ରାଶିକୁ ଡିଜିଟାଲି ବ୍ୟୟ କରିବେ ସେମାନଙ୍କୁ ଏହି ବୋନସ୍‌ ମିଳିବ। ‘ସୁଭଦ୍ରା’ଯୋଜନାକୁ ପ୍ରଧାନମନ୍ତ୍ରୀ ଲଞ୍ଚ କରିବା ପରେ ବ୍ୟାଙ୍କ ସାମ୍ନାରେ ଖୁବ୍‌ ଭିଡ ଦେଖିବାକୁ ମିଳିଛି ।  ଡିଜିଟାଲ ବ୍ୟବହାର ଉପରେ ସରକାର ପ୍ରୋତ୍ସାହନ ଦେଉଛନ୍ତି । ପ୍ରାୟ ୨୫ ଲକ୍ଷ ୧୧ ହଜାର ମହିଳାଙ୍କ ପାଖକୁ ସୁଭଦ୍ରାର ପ୍ରଥମ କିସ୍ତି ଯାଇଛି, ଏବଂ ଏହି ଅର୍ଥ ମହିଳାଙ୍କ ନିଜସ୍ୱ । ମହିଳା ଯେଭଳି ଚାହିଁବେ ଟଙ୍କା ଖର୍ଚ୍ଚ କରି ପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.

five × 4 =