ମରୁଭୂମିରେ ଫସିଥିବା ମହିଳା UBERରେ ଡକାଇଲେ ଓଟ

ଦୁବାଇରେ ସବୁବେଳେ ନୂଆ ନୂଆ ଜିନିଷ ଦେଖିବାକୁ ମିଳିଥାଏ । ଦୁବାଇରେ ବଡ ବଡ ଆକାଶଛୁଆଁ ବିଲିଡିଂ ଏବଂ ବିଳାସପୂର୍ଣ୍ଣ ଜୀବନଶୈଳୀ ଚର୍ଚ୍ଚାରେ ରହିଥାଏ । ଯାହା ଲୋକଙ୍କୁ ଅଧିକ ଆକର୍ଷିତ କରିଥାଏ । ଦୁବାଇର ଏହିସବୁ ଚର୍ଚ୍ଚା ମଧ୍ୟରେ ପୁଣି ଏକ ଭିଡିଓ ସାମ୍ନାକୁ ଆସିଛି । ଯାହା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଛି । ୟୁଜର୍ସ ଏହାକୁ ଦେଖିବା ପରେ ଆକଷିର୍ତ ହେଉଛନ୍ତି ।ତେବେ ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ)ର ଦୁବାଇସ୍ଥିତ ଏକ ମରୁଭୂମିରେ ଫସି ଯାଇଥିବା ଜଣେ ମହିଳା ଅନନ୍ୟୋପାୟ ହୋଇ ଶେଷରେ ଉବେର ଆପ୍‌ର ସହାୟତା ଲୋଡିଥିଲେ। କିଛି ସମୟ ମଧ୍ୟରେ ଉବେର କମ୍ପାନୀ ପକ୍ଷରୁ ଏକ ଓଟ ଘଟଣାସ୍ଥଳରେ ପହଞ୍ଚିଥିଲା। ମହିଳା ଜଣକ ସୁରକ୍ଷିତଭାବେ ଉଦ୍ଧାର ପାଇଥିବାରୁ ଉବେର କମ୍ପାନୀକୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ଭିଡିଓ ଅନୁଯାୟୀ ସଂପୃକ୍ତ ମହିଳା ଦୁବାଇ-ହାଟ୍ଟା ରୋଡ୍‌ରେ ଅବସ୍ଥିତ ଅଲ୍‌ ବାଦାୟର ମରୁଭୂମି ବୁଲିବାକୁ ଯାଇଥିଲେ। କୌଣସି କାରଣରୁ ତାଙ୍କ କାର୍‌ ଖରାପ ହେବାରୁ ସେଠାରୁ ଆସିବା ତାଙ୍କ ପକ୍ଷରେ ଅସମ୍ଭବ ହୋଇପଡିଥିଲା। ତେଣୁ ସେ ଉବେର ଆପ୍‌ ଜରିଆରେ ଏଟିଭି (ଅଲ୍‌ ଟେରେନ ଭେହିକିଲ ଅର୍ଥାତ୍‌ ସବୁ ସ୍ଥାନକୁ ଯାଇପାରୁଥିବା ଯାନ) କିମ୍ବା ଓଟ ପଠାଇବାକୁ ନିଜର ମୋବାଇଲରେ ଅନୁରୋଧ କରିଥିଲେ। ଜଣେ ବ୍ୟକ୍ତି ଓଟ ଧରି ସେଠାରେ ପହଞ୍ଚିବା ପରେ ମହିଳା ଜଣକ ବିସ୍ମିତ ହୋଇପଡିଥିଲେ। ତେବେ ଏହି  ଘଟଣା ଭିଡିଓ ଭାଇରଲ  ହେବା ପରେ ଲୋକ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଇଛନ୍ତି । କିଛି କହିଛନ୍ତି ଏହା ମିଛ ତ ଆଉ କିଛି ଏହା କେବଳ ଦୁବାଇରେ ସମ୍ଭବ ବୋଲି କହିଛନ୍ତି ।

Leave A Reply

Your email address will not be published.

8 − 1 =