ତିନି ଦିନ ବନ୍ଦ ରହିବ ଭିତରକନିକା,ନନ୍ଦନକାନନ

ଭୁବନେଶ୍ୱର(ରାଜ୍ୟକାହାଣୀ) ବେଳକୁ ବେଳ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଏହାକୁ ନେଇ ରାଜ୍ୟର ଉପକୂଳିଆ ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବ। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଏବଂ ୨୫ ତାରିଖରେ ନନ୍ଦନକାନନ ବନ୍ଦ ରହିବ ବୋଲି ସୂଚନା ମିଳିଛି। ସେହିଭଳି ବାତ୍ୟା ଧାମରା ଓ ଭିତରକନିକା ମଧ୍ୟରେ ମାଡ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିବା ପରେ କଡା ସୁରକ୍ଷା ବଳୟରେ ଏବେ ଭିତରକନିକା ଅଞ୍ଚଳ । ଯେଉଁ ପର୍ଯ୍ୟଟକମାନେ ଏବେ ଭିତରକନିକା ଇକୋରିଟ୍ରିଟରେ ଅଛନ୍ତି  ସେମାନଙ୍କୁ ତୁରନ୍ତ ସ୍ଥାନ ଛାଡିଯିବାକୁ କୁହାଯାଇଥିବାବେଳେ ଭିତରକନିକାକୁ ୨୩, ୨୪ ଓ ୨୫ , ୩ଦିନ ବନ୍ଦ ରଖିବାକୁ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ତେବେ ବାତ୍ୟା ମୁକାବିଲା ପାଇଁ ପୁରା ସତର୍କ ରହିଛି ବନ ବିଭାଗ । 

Leave A Reply

Your email address will not be published.

8 − seven =