ଷ୍ଟୋନ୍‌‌ ଅପରେସନ ବେଳେ ବାହାର କରିଦେଲେ କିଡନୀ

ତେଲେଙ୍ଗାନାର କରିମନଗର ଜିଲାର ଏକ ହସ୍ପିଟାଲରେ ଜଣେ ରୋଗୀ ତାଙ୍କ ପେଟରେ ଷ୍ଟୋନ ହୋଇଥିବାରୁ ଚିକିତ୍ସା ପାଇଁ ଆସିଥିଲେ। ହେଲେ ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀଙ୍କ ଷ୍ଟୋନ ଅପରେସନ ବଦଳରେ କିଡନୀ ବାହାର କରି ଦେଇଥିବା ଅଭିଯୋଗ ହୋଇଛି। ଡାକ୍ତରଙ୍କ ଅବହେଳାକୁ ବିରୋଧ କରି ରୋଗୀ ଜଣଙ୍କ ସ୍ଥାନୀୟ ଜିଲା ଖାଉଟି ଫୋରମରୁ ନ୍ୟାୟ ପାଇଁ ନିବେଦନ କରି ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗର ଶୁଣାଣି କରି ଜିଲା ଖାଉଟି ଫୋରମ ଅଭିଯୁକ୍ତ ଡାକ୍ତରଙ୍କୁ ୬ଲକ୍ଷ ଟଙ୍କା ଜୋରିମାନା ଦେବାକୁ କହିଥିଲେ ସୁଦ୍ଧା ଡାକ୍ତର ଜଣଙ୍କ କିନ୍ତୁ ଏହା ଦେବାକୁ ପ୍ରସ୍ତୁତ ନୁହଁନ୍ତି। ଡାକ୍ତରଙ୍କ ଅବହେଳା ଯୋଗୁଁ ଜଣେ ସାଧାରଣ ରୋଗୀଙ୍କ ଜୀବନ ବପଦକୁ ଠେଲି ହୋଇଯାଇଛି। ନିଜ ଭୁଲକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନାହାଁନ୍ତି ଡାକ୍ତର ଜଣଙ୍କ। ଏହା ପରେ ଜିଲା ଫୋରମଙ୍କ ନିଷ୍ପତିକୁ ରାଜ୍ୟ ଖାଉଟି ଫୋରମରେ ଚ୍ୟାଲେଞ୍ଜ କରିଛନ୍ତି ଡାକ୍ତର। ହେଲେ ଜିଲା ଫୋରମଙ୍କ ନିଷ୍ପତିକୁ ସମର୍ଥନ କରିଛନ୍ତି ରାଜ୍ୟ ଖାଉଟି ଫୋରମ୍‌‌।ଅସ୍ତ୍ରୋପଚାର କରିଥିବା ଡାକ୍ତର ଏ ସମ୍ପର୍କରେ କହିଥିଲେ ଯେ ରକ୍ତସ୍ରାବ ଯୋଗୁଁ କିଡନୀ ବାହାର କରିବାକୁ ପଡ଼ିଥିଲା। ଅପରେସନ ସମୟରେ ଅତ୍ୟଧିକ ରକ୍ତସ୍ରାବ ହେତୁ ରୋଗୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲା। ଏହି କାରଣରୁ ତାଙ୍କ ଡାହାଣ କିଡନୀ ବାହାର କରିବାକୁ ପଡ଼ିଥିବା ଡାକ୍ତର କହିଛନ୍ତି। ଉଭୟ ପକ୍ଷକୁ ଶୁଣିବା ପରେ କମିଶନ ଜାଣିବାକୁ ପାଇଥିଲେ ଯେ ଡାକ୍ତରଙ୍କ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଛି।

Leave A Reply

Your email address will not be published.

17 + ten =