ଲଗାତାର ବୃଦ୍ଧି ପାଉଛି ସୁନା ଓ ରୂପା ଦର

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୨, ହଜାର ୯୯୦ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୭୯ ହଜାର ୬୩୦ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୭୨,୯୯୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୯,୬୩୦ ହୋଇଛି । କିଛିଦିନ ପରେ ଦୀପାବଳି, ଧନତେରସ ଓ ଭାଇଦୁଜ ଭଳି ପର୍ବ ସବୁ ପାଳନ ହେବ। ଏଥି ପାଇଁ ପ୍ରସ୍ତୁତି ଏବେ ଆରମ୍ଭ ହୋଇଗଲାଣି। ଭାରତରେ ଧନତେରସ ଓ ଦୀପାବଳି ସମୟରେ ଲୋକେ ସୁନା କିଣିବାର ପରମ୍ପରା ଅନେକ ବର୍ଷରୁ ପ୍ରଚଳିତ। ଏଣୁ କିଣାକିଣି ପାଇଁ ଲୋକେ ଏବେ ବେଶ୍ ଉତ୍ସାହିତ ଅଛନ୍ତି। କିନ୍ତୁ ଦାମ ବୃଦ୍ଧି ଲୋକଙ୍କୁ ଚିନ୍ତାରେ ପକାଇଛି | ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୭୨,୯୯୦ ଟଙ୍କା ଓ ୭୯,୬୩୦ ଟଙ୍କା ରହିଛି । ଅନ୍ୟ ପଟେ ରୁପା ଦର କେଜି ପ୍ରତି ୧, ୦୨, ୧୦୦ ହଜାର ଟଙ୍କା ହୋଇଛି ।

Leave A Reply

Your email address will not be published.

3 × one =