ସ୍କୁଲକୁ ମଦ ପିଇ ଆସିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର(ରାଜ୍ୟକାହାଣୀ)  ମଦ ପିଇ ସ୍କୁଲ ଆସୁଥିବା ଶିକ୍ଷକଙ୍କୁ ସତର୍କ କରାଇଲେ ମନ୍ତ୍ରୀ। ଶିକ୍ଷକଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ। ସେମାନଙ୍କ ବିରୋଧରେ ବିଭାଗ ନେବ କଠୋରରୁ କଠୋର ପଦକ୍ଷେପ । ଏମିତି କିଛି ସତର୍କ ବାଣୀ ଶୁଣାଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେହିପରି ପିଲାଙ୍କୁ ସ୍କୁଲକୁ  ନେଇ ଯାଉଥିବା ବସ୍‌ର ଡ୍ରାଇଭର ମଦ ପିଇ ଗାଡି ଚଳାଇଲେ ହେବ କାର୍ଯ୍ୟାନୁଷ୍ଠାନ । ଶିକ୍ଷକମାନେ ନିଶାମୁକ୍ତ ରହିବା ନିହାତି ଦରକାର । ପାଠ ପଢାଇବା ବେଳେ ଶିକ୍ଷକ ଯଦି ମଦ ପିଇ ମାତାଲ ହୋଇ ଆସିବେ ତାହା ଶିକ୍ଷା ଉପରେ ପ୍ରଭାବ ପକାଇବ ।ଯଦି ମାତାଲ୍ ହୋଇ ଶିକ୍ଷକ ସ୍କୁଲରେ ରହୁଛନ୍ତି ଅଘଟଣ ଘଟିବାର ସମ୍ଭାବନା ରହୁଛି। ଶିକ୍ଷା ସହ ଯୋଡ଼ି ହୋଇଥିବା କୌଣସି ବ୍ୟକ୍ତି କିମ୍ବା ଏହାର ଆଖପାଖ ଅଞ୍ଚଳ ମଦ ମୁକ୍ତ ହେବା ତେଣୁ ବିଭାଗ କଡା ଆଭିମୁଖ୍ୟ ଗ୍ରହଣ କରିବ ବୋଲି ଚେତାଇ ଦେଇଛନ୍ତି ମନ୍ତ୍ରୀ । 

Leave A Reply

Your email address will not be published.

one × one =