କୋଣାର୍କ ସୂର୍ଯ୍ୟମନ୍ଦିରରେ ଏଏସ୍‌ଆଇର ବୈଷୟିକ ଟିମ୍ ।

ଭୁବନେଶ୍ୱର(ରାଜ୍ୟକାହାଣୀ) କୋଣାର୍କ ସୂର୍ଯ୍ୟ ମନ୍ଦିରରେ ASI ଏଡିଜି ଜାହ୍ନବୀ ଶର୍ମାଙ୍କ ନେତୃତ୍ୱରେ ASI ଟିମ୍‌ ଅନୁଧ୍ୟାନ କରିଛନ୍ତି । ମନ୍ଦିର ସଂରକ୍ଷଣ ଓ ଗର୍ଭ ଗୃହର ବାଲିକଢ଼l ସ୍ଥିତି ନେଇ ଅନୁଧ୍ୟାନ ।ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢିବା ପାଇଁ ତିନି ବର୍ଷ ସମୟ ଧାର୍ଯ୍ୟ ହୋଇଥିଲା। ଦୁଇ ବର୍ଷ ହେବ କାମ ଆରମ୍ଭ ହୋଇଛି। ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଉତ୍ତର-ପଶ୍ଚିମ କୋଣ ଓ ଦକ୍ଷିଣ ପଶ୍ଚିମ କୋଣରେ ମେକାନିକାଲ ୱାର୍କିଂ ପ୍ଲାଟଫର୍ମ ପ୍ରଥମ ଆଇରନ ସିଡି ନିର୍ମାଣ କାମ ଶେଷ ହୋଇଛି। ବାଲି କାଢିବା କାମ ସମୂର୍ଣ୍ଣ ବନ୍ଦ ରହିଥିବାରୁ ପ୍ଲାଟଫର୍ମ ନିର୍ମାଣ କାମ ପରେ ମନ୍ଦିରର ପଶ୍ଚିମ ଦ୍ୱାର ଦ୍ୱିତୀୟ ପିଢରେ ଗର୍ଭଗୃହକୁ ପ୍ରବେଶ ପାଇଁ ଏକ ଗର୍ତ୍ତ ଖୋଳାଯିବ। ସେହିବାଟରେ ଗର୍ଭଗହରୁ ବାଲି କଢାଯିବ।ଆଜି ASI ଏଡିଜି ଜlହ୍ନବୀ ଶର୍ମାଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ମନ୍ଦିରର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଖୁବ୍ ଶୀଘ୍ର ବାଲିକଢ଼ା କାର୍ଯ୍ୟ ଆରମ୍ଭ ହେବ ବୋଲି ପୂର୍ବାନୁମାନ କରାଯାଉଛି  l

Leave A Reply

Your email address will not be published.

nineteen − 2 =