ଗ୍ୟାଙ୍ଗଷ୍ଟର ଲରେନ୍ସଙ୍କ ପାଇଁ ପରିବାର ଲୋକେ ଜେଲ୍‌ରେ ଖର୍ଚ୍ଚ କରନ୍ତି ୪୦ଲକ୍ଷ ଟଙ୍କା

ବଲିଉଡ ଅଭିନେତା ସଲମାନ ଖାନ୍‌ଙ୍କୁ ହତ୍ୟା ଉଦ୍ୟମ, ଆମେରିକାରେ ଖଲିସ୍ତାନୀ ଆତଙ୍କବାଦୀଙ୍କ ରହସ୍ୟମୟ ହତ୍ୟା, ସିଦ୍ଧୁ ମୁସେୱାଲା ହତ୍ୟା, ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ଆଦି ମାମଲାରେ ଚର୍ଚ୍ଚିତ ଗ୍ୟାଙ୍ଗ୍‌ଷ୍ଟର ଲରେନ୍ସ ବିଷ୍ଣୋଇକୁ ନେଇ ପରିବାର ମୁହଁ ଖୋଲିଛନ୍ତି। ତେବେ ଲରେନ୍ସଙ୍କ ଭାଇ ରମେଶ ବିଷ୍ଣୋଇ ଗଣମାଧ୍ୟମକୁ କହିଛନ୍ତି, ଆମ ପରିବାର କେବେ ଭାବି ନ ଥିଲେ କି, ଲରେନ୍ସ ଏପରି ଅପରାଧୀ ପାଲଟିଯିବେ। ଆମ ପରିବାର ଧନୀ ଅଟେ। ଲରେନ୍ସଙ୍କ ବାପା ହରିୟାଣା ପୋଲିସରେ କନଷ୍ଟେବଳ ଭାବରେ କାର୍ଯ୍ୟ କରୁଛନ୍ତି। ଆଉ ଆମ ଗାଁରେ ୧୧୦ ଏକର ଜମି ଅଛି। ଲରେନ୍ସ ସବୁବେଳେ ଦାମୀ ଜୋତା ଓ ପୋଷାକ ପିନ୍ଧୁଥିଲା। ହେଲେ ସେ ଏବେ ଜେଲରେ ଥିବାରୁ ଆମ ପରିବାର ତାଙ୍କ ପାଇଁ ୩୫-୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି।ସ୍କୁଲରେ ପଢ଼ିବା ସମୟରେ ତାଙ୍କ ସମ୍ପର୍କୀୟ ମାଉସୀଙ୍କ ପରାମର୍ଶରେ ତାକୁ ଲରେନ୍ସ ବିଷ୍ଣୋଇ ଭାବେ ନାମିତ କରାଯାଇଥିଲା। ଲରେନ୍ସ ପଞ୍ଜାବ ବିଶ୍ବବିଦ୍ୟାଳୟରୁ ଆଇନରେ ସ୍ନାତକ ଶେଷ କରିଛି। କେବଳ ଏହାନୁହେଁ ତାଙ୍କର ପରିବାର ମଧ୍ୟ ସ୍ବାଭାବିକ ଭାବେ ଧନୀ ଅଟନ୍ତି।ସୂଚନାଥାଉ କି, କାନାଡା ସରକାର ଅଭିଯୋଗ କରିଛନ୍ତି ଯେ ଲରେନ୍ସ ଗ୍ୟାଙ୍ଗ ଉତ୍ତର ଆମେରିକା ଦେଶରେ ‘ସରକାରୀ’ ଏଜେଣ୍ଟମାନଙ୍କ ସହ ସହଯୋଗ କରି ହିଂସାତ୍ମକ କାର୍ଯ୍ୟକଳାପ କରୁଛି। ତେବେ ଭାରତ ଏହି ଅଭିଯୋଗକୁ ଅସ୍ବୀକାର କରିଛି। ୨୦୧୫ରୁ ଲରେନ୍ସ ଜେଲରେ ଅଛନ୍ତି ଏବଂ ରାଜ୍ୟ ଆତଙ୍କବାଦ ନିରୋଧୀ ସ୍କାଡ (ଏଟିଏସ) ଏବଂ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଦ୍ୱାରା ଅନେକ ମାମଲାରେ ଅନୁସନ୍ଧାନ କରାଯାଉଛି।

Leave A Reply

Your email address will not be published.

5 × 2 =