ଅଧିକ ସନ୍ତାନ ଥିଲେ ଆର୍ଥିକ ସହାୟତା ଦିଆଯିବ:ଆନ୍ଧ୍ର ମୁଖ୍ୟମନ୍ତ୍ରୀ 

ଆନ୍ଧ୍ରପ୍ରଦେଶରେ ବଢ଼ୁଛି ବୟସ୍କଙ୍କ ସଂଖ୍ୟା। ଜନସଂଖ୍ୟାର ଏକ ବୃହତ୍ତ ଅଂଶ ବୟସ୍କ ଶ୍ରେଣୀରେ ଯାଉଛନ୍ତି। ଏହି ସମସ୍ୟାରୁ ମୁକୁଳିବାକୁ ରାଜ୍ୟରେ ଜନସଂଖ୍ୟା ବଢ଼ାଇବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ଏହାକୁ ପ୍ରୋତ୍ସାହିତ କରିବାକୁ ଯାଇ ଲୋଭନୀୟ ଅଫର ବି ଘୋଷଣା କରିଛନ୍ତି। ଦୁଇରୁ ଅଧିକ ଛୁଆ ଥିବା ବ୍ୟକ୍ତିଙ୍କୁ ହିଁ ସ୍ଥାନୀୟ ନିର୍ବାଚନରେ ଲଢ଼ିବାକୁ ଅନୁମତି ମିଳିବ ବୋଲି ଖୁବ୍‌ ଶୀଘ୍ର ନିୟମ ଆସିବ ବୋଲି ସେ ଘୋଷଣା କରିଛନ୍ତି।ପୂର୍ବରୁ ଦୁଇରୁ ଅଧିକ ସନ୍ତାନ ଥିଲେ ନିର୍ବାଚନ ଲଢିବା ଉପରେ ପ୍ରତିବନ୍ଧକ ଜାରି ହୋଇଥିଲା । ବୟସ୍କଙ୍କ ସଂଖ୍ଯା ବୃଦ୍ଧି ଯୋଗୁଁ ଆନ୍ଧ୍ର ସମେତ ଦକ୍ଷିଣ ଭାରତୀୟ ରାଜ୍ୟ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି । ତେଣୁ ଏହାର ମୁକାବିଲା ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏପରି ଆହ୍ୱାନ ଦେଇଛନ୍ତି ।ରୋଜଗାର ନିମନ୍ତେ ବର୍ତ୍ତମାନ ଦକ୍ଷିଣ ରାଜ୍ୟର ଯୁବବର୍ଗ ଦେଶର ଅନ୍ୟ ପ୍ରାପ୍ତ କିମ୍ବା ବିଦେଶ ପଳାଉଛନ୍ତି। ଫଳରେ ଏହି ସମସ୍ୟା ଏବେ ଦକ୍ଷିଣ ଭାରତରେ ଅଧିକ ମାତ୍ରାରେ ଅନୁଭୂତ ହେଲାଣି।

ସ୍ଥିତି ଏପରି ହେଲାଣି ଯେ ଦେଶର ଅଧିକାଂଶ ଗାଁରେ କେବଳ ବୟସ୍କ ବ୍ୟକ୍ତି ହିଁ ବସବାସ କରୁଛନ୍ତି। କାରଣ ଯୁବବର୍ଗ ସହରମୁହାଁ ହେଉଛନ୍ତି। କେବଳ ଏତିକି ନୁହେଁ ସମଗ୍ର ଦେଶରେ ଜନ୍ମ ହାର ୨.୧% ଥିବା ବେଳେ ଦକ୍ଷିଣ ରାଜ୍ୟରେ ତାହା ଏବେ ୧.୬%ରେ ଅଛି। ତେଣୁ ଜନସଂଖ୍ୟା ହାର ଏପରି ତଳମୁହାଁ ରହିଲେ ୨୦୪୭ ମସିହା ବେଳକୁ ଆମକୁ ଗମ୍ଭୀର ବୃଦ୍ଧାବସ୍ଥା ସମସ୍ୟା ଭୋଗିବାକୁ ପଡ଼ିବ ବୋଲି ଚେତାଇ ଦେଇଛନ୍ତି ଚନ୍ଦ୍ରବାବୁ ନାଇଡୁ ।

Leave A Reply

Your email address will not be published.

eleven − 5 =