ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ  ।

ଭୁବନେଶ୍ୱର(ରାଜ୍ୟକାହାଣୀ)  ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ  । ବାମନ ରୂପୀ ବାଳକ ରୂପରେ ଶ୍ରୀଜଗନ୍ନାଥ ରତ୍ନ ସିଂହାସନରେ ବିଜେ କରିବେ।ଶ୍ରୀବଳଭଦ୍ରଙ୍କୁ ରାଜବେଶ ଓ ଦେବୀ ସୁଭଦ୍ରାଙ୍କୁ ସାଧାରଣ ବେଶରେ ସଜ୍ଜିତ କରାଯିବ । ତେବେ ଶ୍ରୀମନ୍ଦିରରେ ଦ୍ବିପ୍ରହର ଧୂପ ସରିବା ପରେ ଏହି ନୀତିକାନ୍ତି ଅନୁଷ୍ଠିତ ହେବ।  ତେବେ ଗତକାଲି  ପ୍ରଭୁଙ୍କ ବାମନ ଜନ୍ମ ନୀତି ପାଇଁ ତିନି ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା।ବାମନ ଜନ୍ମ ନୀତି ପାଇଁ ମଧ୍ୟାହ୍ନଧୂପ ଛେକ ଉଠିବା ପରେ (ସଂଧ୍ୟା) ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ରାତିରେ ନୀତି ଶେଷ ପରେ ଦର୍ଶନ ସ୍ବାଭାବିକ ହୋଇଥିଲା। ପରମ୍ପରା ଅନୁଯାୟୀ, ଆଜି ସକାଳ ଧୂପ ବଢ଼ିବା ପରେ ଗତରାତିରୁ ଅଧିବାସ ହୋଇ ରହିଥିବା ପଇତା ଚାଙ୍ଗୁଡ଼ିକୁ ଶ୍ରୀମନ୍ଦିର ପରିକ୍ରମା କରାଯାଇଥିଲା। ଜୟବିଜୟ ଦ୍ୱାର ଦେଇ ବାହାରିବା ପରେ ପୂଜାପଣ୍ଡା, ପତି ମହାପାତ୍ର, ମୁଦିରସ୍ତ ତିନି ଜଣ ପାଳିଆ ପୁଷ୍ପାଳକଙ୍କ ସହ ଘଣ୍ଟ, ଛତା, କାହାଳି ଶୋଭାଯାତ୍ରାରେ ବଡ଼ଦେଉଳକୁ ତିନି ଘେରା ପରିକ୍ରମା କରିଥିଲେ।

Leave A Reply

Your email address will not be published.

six + eight =