ଜୁସରେ ପରିସ୍ରା ମିଶାଇ ଲୋକଙ୍କୁ ଦେଉଥିଲେ: ବାପାଙ୍କୁ ବାନ୍ଧିଲା ପୁଲିସ

ଜୁସ୍‌‌ ପିଉଥିଲେ ସାବଧାନ୍‌‌। କାରଣ ଜୁସ୍‌‌ରେ କିଛି ଦୋକାନୀ ପରିସ୍ରା ମିଶାଉଥିବା ନଜରକୁ ଆସିଛି। ଉତ୍ତରପ୍ରଦେଶର ଗାଜିଆବାଦ ଅଞ୍ଚଳରେ ଘଟିଛି ଏହିଭଳି ଭିନ୍ନ ଘଟଣା ଯେଉଁଠି ଏକ ଜୁସ୍‌‌ ଦୋକାନୀ ଓ ତାଙ୍କ ପୁଅ ମଣିଷ ପରିସ୍ରାକୁ ଜୁସରେ ମିଶାଇ ଗ୍ରାହକଙ୍କୁ ଦେଉଥିଲେ। ଏନେଇ ଅଭିଯୋଗ ହେବା ପରେ ଗିରଫଦାରୀ ହୋଇଛି। ଲୋକମାନେ ଜୁସ ପିଉଥିବା ବେଳେ ସେଥିରେ ଦୋକାନୀ କିଛି ହଳଦିଆ ପାଣି ମିଶାଉଥିବା ସେମାନେ ଦେଖିବାକୁ ପାଇଥିଲେ। ଏହା ପରିସ୍ରା ବୋଲି କିଛି ଲୋକ ଅଭିଯୋଗ କରିଥିଲେ। ଘଟଣା ସାମ୍ନାକୁ ଆସିବା ପରେ ଅନେକ ଲୋକ ଏକାଠି ହୋଇ ଦୋକାନୀ ଓ ତାଙ୍କ ପୁଅକୁ ପ୍ରବଳ ମାଡ଼ ମାରିଥିଲେ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।

ତେବେ ୧ଲିଟର ପରିସ୍ରା ବୋତଲ ଜବତ କରିଛନ୍ତି ସ୍ଥାନୀୟ ଲୋକେ । କୁହାଯାଉଛି ଯେ ଏହି ଜୁସ୍‌‌ ଦୋକାନକୁ ଅଧିକାଂଶ ସମୟ ବଲିଉଡ ଅଭିନେତା ସୋନୁ ସୁଦ ମଧ୍ୟ ଆସିଛନ୍ତି।ଦୋକାନରେ କାହିଁକି ପରିସ୍ରାକୁ ପ୍ଲାଷ୍ଟିକ ବୋତଲରେ ରଖାଯାଇଛି ବୋଲି ଆମୀରଙ୍କୁ ପୁଲିସ୍‌ ପଚାରି ଥିଲା। ହେଲେ ସେ କୌଣସି ପ୍ରକାରର ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ତେଣୁ ତାଙ୍କୁ ଗିରଫ କରାଯାଇଛି। ସେହିପରି ତାଙ୍କ ସହ ଦୋକାନରେ ତାଙ୍କର ନାବାଳକ ପୁଅ ମଧ୍ୟ କାମ କରୁଥିଲା। ତା’କୁ ମଧ୍ୟ ଅଟକ ରଖାଯାଇଛି।

Leave A Reply

Your email address will not be published.

15 + nine =