ଭରତପୁର ଥାନା ମାମଲା: ଟେଷ୍ଟ ରିପୋର୍ଟ ଆସିନି

ଭୁବନେଶ୍ୱର(ରାଜ୍ୟକାହାଣୀ)ଖୋଲିବ ଭରତପୁର ରାତିର ସତ! । ଭରତପୁର ଥାନା ମାମଲାରେ ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନଙ୍କ ନିକଟରେ ଉପସ୍ଥିତ ହେଲେ ଗୃହ ସଚିବ ଓ କ୍ରାଇମବ୍ରାଞ୍ଚ ADG । ଗୃହ ସଚିବ ସତ୍ୟବ୍ରତ ସାହୁ, ସ୍ଵତନ୍ତ୍ର ସଚିବ ଗୃହ ବିଭାଗ ରାଧାକୃଷ୍ଣ ଶର୍ମା, ADG କ୍ରାଇମ୍ ବ୍ରାଞ୍ଚ ବିନୟ ତୋଷ ମିଶ୍ର ଉପସ୍ଥିତ ହେଲେ ।ଏଡିଜି ବିନୟତୋଷ ମିଶ୍ର କହିଛନ୍ତି, ସମସ୍ତ ଅଫିସରଙ୍କ ପଲିଗ୍ରାଫ ଟେଷ୍ଟ ହୋଇ ସାରିଛି। ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ବ୍ରେନ୍‌ ମ୍ୟାପିଂ, ଲାଏ ଡିଟେକ୍ସନ ଟେଷ୍ଟ ହୋଇଛି। ମାତ୍ର ଏପର୍ଯ୍ୟନ୍ତ ରିପୋର୍ଟ ଆସିନି, ଆସିଲା ପରେ ତଦନ୍ତ ଆଗେଇବ।ନିକଟରେ ଗୁଜୁରାଟ ଗାନ୍ଧୀନଗର DFSLରେ ୫ ପୋଲିସ କର୍ମଚାରୀଙ୍କ ପଲିଗ୍ରାଫ ଟେଷ୍ଟ କରି ଫେରିଛି କ୍ରାଇମ୍ ବ୍ରାଞ୍ଚ ଟିମ୍ । ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର ଦୀନକୃଷ୍ଣଙ୍କ ବ୍ରେନ୍ ମ୍ୟାପିଂ ଓ ନାର୍କୋ ଟେଷ୍ଟ କରାଯାଇଛି । କ୍ରାଇମ୍ ବ୍ରାଞ୍ଚ ତଦନ୍ତର ଅଗ୍ରଗତି ନେଇ କମିଶନଙ୍କୁ ଅବଗତି କରାଯାଇଛି । ଏଯାଏ ତଦନ୍ତ କେତେଦୂର ଆଗେଇଛି ସେନେଇ ଟିକି ନିଖି ତଥ୍ୟ କମିଶନ ଙ୍କ ଆଗରେ ଉପସ୍ଥାପନା କରିଛନ୍ତି । କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ପୀଡ଼ିତାଙ୍କ ମାଜିଷ୍ଟ୍ରେଟଙ୍କ ଆଗରେ ବୟାନ ରେକର୍ଡ ହେବ ।

Leave A Reply

Your email address will not be published.

4 + 13 =