ପୁଲିସ୍‌ ଗାଡ଼ି ଭାଙ୍ଗିଲେ, ଦୁଇ ASIଙ୍କୁ ନିର୍ଦ୍ଧୁମ ପିଟିଲେ

ଭୁବନେଶ୍ୱର(ରାଜ୍ୟକାହାଣୀ)  ତାତିଲେ ଗାଁ ଲୋକେ। ୩ ଡକାୟତଙ୍କ ସମେତ ପୁଲିସ୍‌କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ। ପୁଲିସ୍‌ ଗାଡ଼ିକୁ ଭାଙ୍ଗିଲେ। ଯେଉଁଥିପାଇଁ ରଣକ୍ଷେତ୍ର ପାଲଟିଲା ସୂଚନା ମୁତାବକ ସବୁର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଧିନ ସିଙ୍ଘିଯୁବା-ଖଇରମାଲ ରାସ୍ତାରେ ମଙ୍ଗଳବାର ରାତିରେ ଏକ ଲୁଟ୍‌ ଉଦ୍ୟମକୁ କେନ୍ଦ୍ର କରି ବୁଧବାର ତୁମୁଳକାଣ୍ଡ ହୋଇଛି। ଗ୍ରାମବାସୀଙ୍କ ଆକ୍ରମଣରେ ୩ ଜଣ ପୁଲିସ କର୍ମଚାରୀ ଓ ଅନ୍ୟ ୩ ଜଣ ଅଭିଯୁକ୍ତ ଆହତ ହୋଇଛନ୍ତି। ଚାଷଜମିକୁ ପାଣିର ବ୍ୟବସ୍ଥା କରିବାକୁ ଯାଇଥିବା ଜଣେ ଚାଷୀଙ୍କ ଠାରୁ ମୋବାଇଲ ଲୁଟ୍‌ ପାଇଁ ଉଦ୍ୟମ କରୁଥିଲେ କିଛି ଯୁବକ  । ଏହି ସମୟରେ ସଂପୃକ୍ତ ଚାଷୀଜଣକ ବଡ଼ପାଟିରେ ଚିତ୍କାର କରିଥିଲେ। ଚିତ୍କାର ଶୁଣି ଆଖପା‌ଖରେ ଥିବା ଅନ୍ୟ ଚାଷୀମାନେ ଦୌଡ଼ି ଆସିଥିଲେ। ଫଳରେ ଅଭିଯୁକ୍ତମାନେ ସେଠାରୁ ଛତ୍ରଭଙ୍ଗ ଦେଇ ପଳାୟନ କରିଥିଲେ ଏବଂ ସିଙ୍ଘିଯୁବା-ପାତି ଗାଁ ରାସ୍ତାରେ ଥିବା ଆନନ୍ଦନଗର କ୍ଲବ ଘରକୁ ପଶି ଯାଇଥିଲେ। ଏହି ସମୟରେ ପଛରୁ‌ ସେମାନଙ୍କୁ ଅନୁସରଣ କରୁଥିବା ଲୋକମାନେ କ୍ଲବଘରେ ତାଲା ବନ୍ଦ କରି ଦେଇ ପୁଲିସକୁ ସୂଚନା ଦେଇଥିଲେ।ହେଲେ ରାତିରେ ପୁଲିସ୍‌ ଆସିଲା ନାହିଁ।  ସକାଳ ପ୍ରାୟ ୭ଟା ବେଳେ ପୋଲିସ ଗାଁରେ ପହଞ୍ଚିଥିଲେ। କ୍ଲବ ଘରେ ବନ୍ଦୀଥିବା ୩ ଚୋରଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ହେଲେ ଗାଁ ଲୋକେ ବିରୋଧ କରିଥିଲେ।ଗାଁ ଲୋକଙ୍କ ସହିତ ପୁଲିସ୍‌ ଆଲୋଚନା କରୁଥିଲା। ଠିକ୍‌ ସେହି ସମୟରେ ୩ ଚୋରଙ୍କ ଭିତରୁ ଜଣଙ୍କ ମାଆ ସେଠାରେ ସମସ୍ତଙ୍କ ଆଗରେ ଉଲ୍ଲଗ୍ନ ହୋଇଯାଇଥିଲେ। ତା’ପରେ ଆରମ୍ଭ ହୋଇଥିଲା ହୋ-ହଲ୍ଲା ଓ ଠେଲାପେଲା। ପୁଲିସ୍‌ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ ଗାଁ ଲୋକ। ଯେଉଁଥିପାଇଁ ଗାଁ ଦାଣ୍ଡ ରଣକ୍ଷେତ୍ରରେ ପରିଣତ ହୋଇଯାଇଥିଲା। ଗାଁ ଲୋକଙ୍କ ମାଡ଼ରେଲିସ୍‌ କର୍ମଚାରୀ ଗୁରୁତର ଆହତ ହୋଇଥିଲେ।ଶେଷରେ ପୁଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗ୍ରାମବାସୀଙ୍କ ପାଖରୁ ନିଜ ହେପାଜତକୁ ଆଣିଛି। ପ୍ରାଥମିକ ଚିକିତ୍ସା କରାଇବା ପରେ ବିନିକା ଥାନାରେ ରଖି ପଚରାଉଚରା କରୁଛି। ଆକ୍ରମଣ ଅଭିଯୋଗରେ ପୁଲିସ ଗ୍ରାମବାସୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି। ପାପି ଓ କଦଳୀପାଲି ଗ୍ରାମର ୧୧ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଏକ ପ୍ଲାଟୁନ ପୁଲିସ ମୁତୟନ ହୋଇଛନ୍ତି।  

Leave A Reply

Your email address will not be published.

five × 1 =