୬ଟି ରବି ଫସଲ ଉପରେ ସରକାର ବଢାଇଲେ ସର୍ବନିମ୍ନ ସହାୟକ ମୂଲ୍ୟ

 କେନ୍ଦ୍ର ସରକାର ବୁଧବାର ଦିନ ୬ଟି ରବି ଫସଲ ଉପରେ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ସରକାର ଗହମର ମୂଲ୍ୟ ଉପରେ କୁଇଣ୍ଟାଲ ପ୍ରତି ୧୫୦ ଟଙ୍କା ବୃଦ୍ଧି କରିଛନ୍ତି । ଏହି ବୃଦ୍ଧି ପରେ ଗହମର ସରକାରୀ ମୂଲ୍ୟ ୨୪୨୫ ଟଙ୍କାରେ ପହଞ୍ଚିଛି ।  ଜ, ଚଣା, ମସୁର, ସୋରିଶ, କୁସୁମ ଆଦି ଫସଲ ଉପରେ ମଧ୍ୟ ସରକାର ଦରବୃଦ୍ଧି କରିଛନ୍ତି ।ରିପୋର୍ଟ ଅନୁସାରେ ୨୦୨୫-୨୬ ସିଜିନ୍ ପାଇଁ ଏହି ନୁନ୍ୟତମ ସହାୟତା ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି। ଏହା ମୁତାବିକ ଗହମ ମୂଲ୍ୟ ୧୫୦ ଟଙ୍କା ବୃଦ୍ଧି ପାଇ ପ୍ରତି କୁଇଣ୍ଟାଲ ୨୪୨୫ ଟଙ୍କା ହୋଇଛି। ସୋରିଷ ପ୍ରତି କୁଇଣ୍ଟାଲ ୩୦୦ ଟଙ୍କା ବୃଦ୍ଧି ପାଇ ୫,୯୫୦ ଟଙ୍କା ହୋଇଛି। ଚଣା କୁଇଣ୍ଟାଲ ପିଛା ୨୧୦ ଟଙ୍କା ବୃଦ୍ଧି ପାଇ ୫୬୫୦ ଟଙ୍କା ହୋଇଛି। ଏହାବାଦ ମସୁର ଉପରେ ୨୭୫ ଟଙ୍କା ପ୍ରତି କୁଇଣ୍ଟାଲ ବୃଦ୍ଧିପାଇ ୬୭୦୦ ଟଙ୍କା ପ୍ରତି କୁଇଣ୍ଟାଲ ହୋଇଛି। ସୂର୍ୟ୍ୟମୁଖୀ ଉପରେ କୁଇଣ୍ଟାଲ ପିଛା ୧୪୦ ଟଙ୍କା ବୃଦ୍ଧି ପାଇ ୫୯୪୦ ତାଙ୍କ ହୋଇଛି।

Leave A Reply

Your email address will not be published.

4 × 1 =