କ୍ଲାସ୍‌ରେ ୭୫% ଉପସ୍ଥାନ ନ ଥିଲେ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ ନାହିଁ। 

ଭୁବନେଶ୍ୱର(ରାଜ୍ୟକାହାଣୀ)କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ୨୦୨୫ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। ମାର୍ଗଦର୍ଶିକା ଅନୁଯାୟୀ, ଶ୍ରେଣୀଗୃହରେ ଛାତ୍ରୀଛାତ୍ରଙ୍କ ୭୫ ପ୍ରତିଶତ ଉପସ୍ଥାନକୁ ବାଧ୍ୟତାମୂଳକ କରାଯାଇଛି। ଦିନକୁ ଦିନ ବେସରକାରୀ ସ୍କୁଲରେ ପିଲାଙ୍କ ଉପସ୍ଥାନ ଉପରେ ବିଶେଷ ଜାଲିଆତି ହେଉଛି । ହଜାର ହଜାର ପିଲା ବର୍ତ୍ତମାନ ଡମି ସ୍କୁଲ ରେ ପଢୁଛନ୍ତି । ସବୁ ସହରରେ ମାଳ ମାଳ ବେଆଇନ କୋଚିଂ ସେଣ୍ଟର ସହ ପ୍ରାଇଭେଟ ହଷ୍ଟେଲ ରେ ରହି ପିଲାମାନେ ପାଠ ପଢୁଛନ୍ତି । ସ୍କୁଲ ସମୟରେ ଦିନବେଳା ହଜାର ହଜାର ପିଲାମାନେ କୋଚିଂ ସେଣ୍ଟର ଯାଉଛନ୍ତି । କେବଳ ନାମକୁ ମାତ୍ର ଡମି ସ୍କୁଲ ରେ ଆଡ଼ମିସନ କରି କୋଚିଂ ସେଣ୍ଟର ରେ ପଢୁଛନ୍ତି । ନିଟ ଓ ଜେଇଇ ଆଦି ପରୀକ୍ଷା ରେ ଖୁବ କମ ପିଲା ସଫଳ ହେଉଥିଲେ ମଧ୍ୟ ଅଭିଭାବକ ମାନଙ୍କୁ ସ୍ୱପ୍ନ ଦେଖାଇ ବେଆଇନ ଡମି ସ୍କୁଲ ଓ କୋଚିଂ ସେଣ୍ଟର ଲୁଟି ଚାଲିଛନ୍ତ । ତେବେ ଏହି ସମସ୍ୟା କୁ ବନ୍ଦ କରିବା ପାଇଁ ଏହିଭଳି ପଦକ୍ଷପ ନିଆଯାଇଛି |ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ସିବିଏସ୍‌ଇ ପରୀକ୍ଷା ବାଏ-ଲ’ ଅନୁଯାୟୀ ପରୀକ୍ଷା ଦେବାକୁ ହେଲେ 

ଉଭୟ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସର୍ବନିମ୍ନ ଉପସ୍ଥାନ ୭୫% ରହିବା ବାଧ୍ୟତାମୂଳକ। ଜରୁରିକାଳୀନ ମେଡିକାଲ ଚିକିତ୍ସା, ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ ଓ ଗୁରୁତ୍ବପୂର୍ଣ୍ଣ କାରଣ ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ ଦାଖଲ କଲେ ଉପସ୍ଥାନରେ ୨୫% କୋହଳ କରାଯାଇପାରେ। ହାତରେ ଆଉ ମାତ୍ର ଅଢ଼େଇ ମାସ ଥିବାରୁ ଏହି ଉପସ୍ଥାନ ସମ୍ପର୍କରେ ଛାତ୍ରଛାତ୍ରୀ ଓ ଅଭିଭାବକ ନିହାତି ଭାବେ ସଚେତନ ହେବା ଆବଶ୍ୟକ। ଯଦି କୌଣସି ପିଲାର ଜରୁରୀକାଳୀନ ମେଡିକାଲ ସମସ୍ୟା ରହିଛି ତାହା ହେଲେ ସେମାନେ ଆବଶ୍ୟକ ମେଡିକାଲ ସାର୍ଟିଫିକେଟ୍‌ ଓ ପ୍ରେସ୍‌କ୍ରିପସନ୍‌ ଦାଖଲ କରିବେ। ସିବିଏସ୍‌ଇ ପକ୍ଷରୁ ଅଚାନକ ଭାବେ ବିଦ୍ୟାଳୟ ଉପରେ ଚଢ଼ାଉ କରାଯାଇ ଉପସ୍ଥାନ ଯାଞ୍ଚ କରାଯିବ।

Leave A Reply

Your email address will not be published.

2 × 2 =