ଆଜିଠୁ ବାଲିଯାତ୍ରା ପାଇଁ ପ୍ଲଟ୍ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର(ରାଜ୍ୟକାହାଣୀ) କଟକର ଐତିହାସିକ ବାଲିଯାତ୍ରା ପାଇଁ ପ୍ଲଟ୍ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଛି। ନଭେମ୍ବର ୧୫ରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ବାଲିଯାତ୍ରା।  ହାଇବ୍ରିଡ଼ ଏବଂ ଅନଲାଇନରେ ପଞ୍ଜିକରଣ ହେବ । ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ପଞ୍ଜିକରଣ ପ୍ରକ୍ରିୟା ।  ପଞ୍ଜିକରଣରେ ୧୦ଟି ଟିମ ନିୟୋଜିତ ରହିଛନ୍ତି । ୫ ହଜାର ଟଙ୍କା ଦେଇ ପଞ୍ଜିକରଣ କରିପାରିବେ ବ୍ୟବସାୟୀ । କଟକ ବାରବାଟୀ ପ୍ୟାଲେସରେ ଚାଲିଛି ପଞ୍ଜିକରଣ ।  ଅକ୍ଟୋବର ୨୭ରୁ ଆରମ୍ଭ ହେବ ପ୍ଲଟ ନିଲାମ ।ଅକ୍ଟୋବର ୨୯ରୁ ଆରମ୍ଭ ହେବ ପ୍ଲଟ ନିଲାମ ପ୍ରକ୍ରିୟା। ଆଜିଠୁ କଟକ ବାରବାଟୀ ପ୍ୟାଲେସରେ ୧୦ଟି କାଉଣ୍ଟରରେ ପଞ୍ଜିକରଣ କରିପାରିବେ ବ୍ୟବସାୟୀ। ଏହାବ୍ୟତୀତ ରେଜିଷ୍ଟ୍ରେସନ ପାଇଁ ଉଦିଷ୍ଟ ଅନଲାଇନ ୱେବ ସାଇଟ୍‌ରେ ଘରେ ବସି ବ୍ୟବସାୟୀ ପଞ୍ଜିକରଣ କରିପାରିବେ ବୋଲି କହିଛନ୍ତି ଜିଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ। ଚଳିତବର୍ଷ ୧୧୦୦ ପ୍ଲଟ୍ ନିଲାମ ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ ହେବ। କିପରି ଭାବରେ ଜମି ପଞ୍ଜିକରଣ ଓ ନିଲାମ ବା ଆବଣ୍ଟନ ଶାନ୍ତି ଶୃଙ୍ଖଳାରେ ଶେଷ ହେବ ସେନେଇ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ଦିଗ ଉପରେ ନଜର ଦିଆଯାଇଥିବା କହିଛନ୍ତି ଜିଲା ସଂସ୍କୃତି ଅଧିକାରୀ।

Leave A Reply

Your email address will not be published.

16 − 5 =