ପୁଣ୍ୟାତ୍ମା ଏପିଜେ ଅବଦୁଲ କଲାମଙ୍କର ଆଜି ଜନ୍ମଜୟନ୍ତୀ

ଯଦି ତୁମେ ସୂର୍ଯ୍ୟଙ୍କ ଭଳି ଚମକିବାକୁ ଚାହୁଁଛ… ତେବେ ପ୍ରଥମେ ସୂର୍ଯ୍ୟଙ୍କ ଭଳି ଜଳିବାକୁ ଚେଷ୍ଟା କର… ଏହି କଥା ଥିଲେ ଡକ୍ଟର ଏପିଜେ ଅବଦୁଲ କଲାମଙ୍କର ।  ୧୯୩୧ରେ ତାମିଲନାଡୁ ରାମେଶ୍ୱରମର ମୁସଲମାନ ପରିବାରରେ ଜନ୍ମ । ମାଟ୍ରିକ ସରିବା ପରେ ତିରୁଚିରାପଲ୍ଲୀ ସେଣ୍ଟ ଯୋଶେଫ୍ କଲେଜରେ ପାଠପଢା । ପଦାର୍ଥ ବିଜ୍ଞାନରେ ସ୍ନାତକ ଡିଗ୍ରୀ, ୧୯୫୫ରେ ଏରୋସ୍ପେଶ୍ ଇଞ୍ଜିନିୟରିଙ୍ଗ ପଢା ପାଇଁ ମାଡ୍ରାସ୍ ଚାଲିଗଲେ । ମାଡ୍ରାସ୍ ଇନଷ୍ଟିଚ୍ୟୁଟ୍ ଟେକ୍ନୋଲୋଜିରୁ ୧୯୬୦ ରେ ସ୍ନାତକଡିଗ୍ରୀ ହାସଲ କରିବା ପରେ ଡିଆରଡିଓରେ ବୈଜ୍ଞାନିକ ଭାବେ ଯୋଗ ଦେଲେ । ଆଜି ତାଙ୍କ ଜନ୍ମଦିନକୁ ଛାତ୍ର ଦିବସରେ ଭାବେ କରାଯାଉଛି ପାଳନ । କଲାମଙ୍କ ପାଇଁ କୌଣସି ପରିଚୟର ଆବଶ୍ୟକତା ନାହିଁ । ପରିଶ୍ରମ ଆଉ ନିଜ ଦକ୍ଷତା ବଳରେ ସେ ଦେଶର ସର୍ବୋଚ୍ଚ ପଦରେ ବସିଥିଲେ । ସେ କେବେ ଥକିବା ଶିଖିନଥିଲେ, ସରଳତା ଥିଲା ତାଙ୍କ ଜୀବନର ମୂଳମନ୍ତ୍ର । କେବଳ ଗୋଟିଏ ଟ୍ରଙ୍କରେ ଥିଲା ତାଙ୍କ ଜୀବନ ସମସ୍ତ ସମ୍ପତ୍ତି । ସାରା ଜୀବନ ଦେଶ ସେବା, ଶିକ୍ଷା ଆଉ ପରୋଉପକାରରେ ସେ ବିତାଇଥିଲେ । କିଏ ତାଙ୍କୁ କେତେ ରୂପରେ ମନେ ରଖିଛି କିଏ ମିସାଇଲ ମ୍ୟାନ ଭାବେ ତ କିଏ, ଦେଶର ଭବିଷ୍ୟତକୁ ଶିକ୍ଷା ଦେଉଥିବା ଚାଚା କଲାମଙ୍କ ରୂପରେ ତ କିଏ ଦେଶର ରାଷ୍ଟ୍ରପତି ଭାବେ ।ପ୍ରଖ୍ୟାତ ବୈଜ୍ଞାନିକ ବିକ୍ରମ ସରାଭାଇଙ୍କ ଅଧୀନରେ କାମ କରିବାର ଚାନ୍ସ ପାଇଥିଲେ ସେ । ଆଇଏନସିଓଏସପିଏଆର କମିଟିରେ ସାମିଲ ହେବାର ପାଇଥିଲେ ସୁଯୋଗ । ସେଥିପାଇଁ ତ ବିକ୍ରମ ସରାଭାଇ ତାଙ୍କର ପ୍ରେରଣା ବୋଲି କହୁଥିଲେ କଲାମ । ୧୯୬୯ରେ ସେ ଇଣ୍ଡିଆନ୍ ସ୍ପେଶ୍ ରିସର୍ଚ୍ଚ ଅର୍ଗାନାଇଜେସନ୍(ଇସ୍ରୋ)କୁ ବଦଳି ହୋଇ ଆସିଥିଲେ ଏପିଜେ । ଭାରତର ପ୍ରଥମ ସାଟେଲାଇଟ୍ ଲଞ୍ଚର ଭେଇକିଲ (ଏସଏଲଭି-୩) ପ୍ରୋଜେକ୍ଟର ନିର୍ଦ୍ଦେଶକ ଥିଲେ ସେ । ୧୯୯୮ ପୋଖରାନ୍ -୨ ପରମାଣୁ ବୋମା ପରୀକ୍ଷଣରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୧୯୭୪ ପରେ ଏହା ଥିଲା ଭାରତର ଦ୍ୱିତୀୟ ପରମାଣୁ ବୋମା ପରୀକ୍ଷଣ । ବିଜ୍ଞାନ, ଅନୁସନ୍ଧାନ କ୍ଷେତ୍ରରେ ଅବଦୁଲ କଲାମଙ୍କ ଯୋଗଦାନ ପାଇଁ ତାଙ୍କୁ କୁହାଯାଏ ‘ଭାରତର ମିଶାଇଲ ମ୍ୟାନ୍’ ।

Leave A Reply

Your email address will not be published.

one + three =