ଆଜି ହେଉଛି ସମ୍ବିଧାନ ଦିବସ

ସମ୍ବିଧାନ ଦିବସ । ନଭେମ୍ବର ୨୬ ହେଉଛି ଭାରତ ପାଇଁ ଏକ ସ୍ୱତନ୍ତ୍ର ଦିନ । କାରଣ ଏହି ଦିନ ପ୍ରତିବର୍ଷ ସମ୍ବିଧାନ ଦିବସ ଭାବେ ପାଳନ କରାଯାଏ । ୧୯୪୯ ମସିହା ନଭେମ୍ବର ୨୬ରେ ଭାରତ ସମ୍ବିଧାନକୁ ଗ୍ରହଣ କରିଥିଲା ଏବଂ ୧୯୫୦ ମସିହା ଜାନୁଆରୀ ୨୬ରେ ଏହାକୁ ଭାରତରେ ଲାଗୁ କରାଯାଇଥିଲା । ୨୦୧୫ ମସିହାରେ ନାଗରିକଙ୍କ ମଧ୍ୟରେ ସମ୍ବିଧାନର ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ପ୍ରତି ବର୍ଷ ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବରେ ପାଳନ କରିବାକୁ ନିଷ୍ପତି ନେଇଛି ।ଭାରତର ପ୍ରଥମ ଆଇନ ମନ୍ତ୍ରୀ ଭୀମରାଓ ରାମଜୀ ଆମ୍ବେଦକର ୧୯୪୭ ମସିହାରରେ ସମ୍ବିଧାନ ଡ୍ରାଫ୍ଟ କମିଟିର ସଭାପତି ଭାବରେ ନିଯୁକ୍ତି ହୋଇଥିଲେ ଏବଂ ତାଙ୍କୁ ଭାରତର ସମ୍ବିଧାନ ଲେଖିବାର ଦାୟିତ୍ବ ଦିଆଯାଇଥିଲା । ଆମେରିକା ଇତିହାସକାର ଗ୍ରୀନବିଲେ ସେଓ୍ବାର୍ଡ ଅଷ୍ଟିନ ଆମ୍ବେଦକରଙ୍କ ଦ୍ବାରା ଲେଖଯାଇଥିବା ସମ୍ବିଧାନକୁ ସର୍ବ ପ୍ରଥମେ ଏକ ସମ୍ବିଧାନିକ ଡକ୍ୟୁମେଣ୍ଟ କହିଥିଲେ ।ଦେଶରେ ଶାସନ ପାଇଁ ସମ୍ବିଧାନ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥାଏ । ଯାହା ସମସ୍ତଙ୍କ ଆଗ୍ରହ ଏବଂ ଆବଶ୍ୟକତା ଧ୍ୟାନରେ ରଖିବା ନିଶ୍ଚିତ କରିଥାଏ । ଭାରତ ଏକ ବିବିଧତାର ଦେଶ । କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ବ୍ୟାପିଥିବା ଏହି ବିଶାଳ ଦେଶରେ ବିଭିନ୍ନ ପ୍ରକାର ଭାଷା, ଉପଭାଷା, ପୋଷାକ, ଖାଦ୍ୟ ପାନୀୟ ଏବଂ ଅନ୍ୟାୟ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଏପରି ସ୍ଥିତିରେ ସମ୍ବିଧାନ ହେଉଛି ଏମିତି ଏକ ବିଚାରଧାରା ଯାହା ପ୍ରତ୍ୟେକ ଭାରତୀୟ ନାଗରିକଙ୍କୁ ଏକତ୍ର ବାନ୍ଧି ରଖିଥାଏ ।

You might also like