ବଙ୍ଗୋପସାଗରରେ ଲଘୁଚାପ ଆଜି ନେଇପାରେ ଅବପାତର ରୂପ, ୨୬ ବେଳକୁ ବାତ୍ୟା ସମ୍ଭାବନା

ବଙ୍ଗୋପସାଗରରେ ବାତ୍ୟା ହେବା ନେଇ ଧୀରେ ଧୀରେ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି। ପୂର୍ବରୁ ବିଶ୍ୱସ୍ତରୀୟ ବିଭିନ୍ନ ମଡେଲ ବାତ୍ୟା ହେବା ନେଇ ପୂର୍ବାନୁମାନ କରିଥିବାବେଳେ ଏବେ ଭାରତୀୟ ପାଣିପାଗ ବିଭାଗ ମଧ୍ୟ ଏ ସଂକ୍ରାନ୍ତରେ ସୂଚନା ଦେଇଛି। ତେବେ ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ ନେଇ ଆକଳନ ଚାଲିଥିବାବେଳେ ଏଥିଯୋଗୁ ରାଜ୍ୟରେ ପ୍ରବଳ ବର୍ଷା ଓ ପବନ ହେବ ବୋଲି ପାଣିପାଗ ବିଭାଗ କହିଛି।ଆଜି ଅବପାତର ରୂପ ନେବ। ଅଧିକ ଘନୀଭୂତ ହୋଇ ଦିନକ ପରେ ଅର୍ଥାତ ୨୬ ତାରିଖରେ ସୃଷ୍ଟି ହେବ ବାତ୍ୟା ।

ବାତ୍ୟା ସୃଷ୍ଟି ହେବା ନେଇ ଆଇଏମଡିର ଆକଳନ ଆସି ସାରିଛି। ବାତ୍ୟା ସୃଷ୍ଟି ହେଲେ ଏହାର ନାଁ ରହିବ ସେନ୍ୟାର। ଏହାର ଗତିପଥ ନେଇ ଏପର୍ଯ୍ୟନ୍ତ ସଠିକ ଆକଳନ ହୋଇନି। ୨୬ କିମ୍ବା ୨୭ ତାରିଖ ଆଡ଼କୁ ଗତିପଥ ସ୍ପଷ୍ଟ ହେବ ବୋଲି ଆଇଏମଡି କହିଛି।

You might also like