ଏନ୍‌ଆଇଟି ରାଉରକେଲା ଦ୍ବାରା ଲ୍ୟାଣ୍ଡ ମ୍ୟାପିଂ ଡ୍ରୋନ୍ ସିଷ୍ଟମ୍ ଉଦ୍ଭାବନ

ରାଉରକେଲାର ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି)ର କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଭାରତର ପ୍ରଥମ ସ୍ବୟଂଚାଳିତ ଡ୍ରୋନ ସିଷ୍ଟମ ବିକଶିତ କରାଯାଇଛି, ଯାହା ନିର୍ଭୂଲ ଭାବେ ଲ୍ୟାଣ୍ଡ୍‌ ମ୍ୟାପିଂ (ଭୂମାନଚିତ୍ର) କରିପାରିବ।କମ୍ପ୍ୟୁଟର ବିଜ୍ଞାନ ଏବଂ ଇଞ୍ଜିନିୟରିଂ ବିଭାଗର ସହଯୋଗୀ ପ୍ରଫେସର ସମ୍ବିତ ବକ୍ସିଙ୍କ ନେତୃତ୍ୱରେ ଗବେଷକ ଦଳରେ ଡ. ତନ୍ମୟ କୁମାର ବେହେରା, ଡ. ଦେବବ୍ରୋତୋ ପାଲ ଚୌଧୁରୀ ଏବଂ କାମେଲିଆ ରାୟ ଏହି ପେଟେଣ୍ଟ ସିଷ୍ଟମ୍ ଉଦ୍ଭାବନ କରିଛନ୍ତି । କୃଷିଭୂମି, ଜଙ୍ଗଲ, ଉଦ୍ଭିଦ ଏବଂ ସହରାଞ୍ଚଳ ଚିହ୍ନଟ କରିବା ପାଇଁ ବ୍ୟବହୃତ ଲ୍ୟାଣ୍ଡ ମ୍ୟାପିଂ ଯେ କୌଣସି ଦେଶର ଭୌଗୋଳିକ ଶାସନର ଏକ ଅତ୍ୟାବଶ୍ୟକୀୟ ଅଂଶ । ଏହା ଯୋଜନା, ଭିତ୍ତିଭୂମି ବିକାଶ, ପ୍ରାକୃତିକ ସମ୍ବଳ ପରିଚାଳନା ଏବଂ ପରିବେଶଗତ ତଦାରଖ ପାଇଁ ଆଧାର ଭାବେ କାର୍ଯ୍ୟ କରିବ । ଏହି ସୀମାବଦ୍ଧତାକୁ ଦୂର କରିବା ପାଇଁ ରାଉରକେଲା ଏନ୍‌ଆଇଟି ଗବେଷକ ଦଳ ଏକ ଡିପ୍‌ ଲର୍ନିଂ ମଡେଲ ବିକଶିତ କରିଛନ୍ତି, ଯାହା ଡ୍ରୋନକୁ ରିଅଲ୍‌ ଟାଇମ୍‌ରେ ଭୂମି ବୈଶିଷ୍ଟ୍ୟକୁ ଚିହ୍ନଟ କରିଥାଏ। ପାରମ୍ପରିକ ଡ୍ରୋନଗୁଡ଼ିକ କେବଳ ପରବର୍ତ୍ତୀ ବିଶ୍ଳେଷଣ ପାଇଁ ଚିତ୍ର ସଂଗ୍ରହ କରେ। ଭୂମାନଚିତ୍ର ସମସ୍ତ ପ୍ରକ୍ରିୟାକରଣ ସ୍ବୟଂ ଏକକାଳୀନ କରିଥାଏ। ଏହି ପ୍ରକ୍ରିୟା ଯୋଗାଯୋଗ ଅଭାବ, ନେଟ୍‌ୱାର୍କ ନ ଥିବା ଅଞ୍ଚଳରେ କାର୍ଯ୍ୟକାରୀ ହୋଇଥାଏ। ଉକ୍ତ ମଡେଲ ଦ୍ୱାରା ସରକାରୀ ଏଜେନ୍ସିଗୁଡ଼ିକ କମ୍‌ ବ୍ୟୟରେ ଭୂମି ରେକର୍ଡ ଆଧୁନିକୀକରଣ, ସହରାଞ୍ଚଳ ଯୋଜନା ଓ ସ୍ମାର୍ଟସିଟି ବିକାଶରେ ପ୍ରୟୋଗ, କୃଷି ବିଭାଗରେ ଫସଲ ଅବସ୍ଥା, ମୃତ୍ତିକା ସ୍ବାସ୍ଥ୍ୟ ଓ ଜଳସେଚନ ଆବଶ୍ୟକତାକୁ ତୁରନ୍ତ ମୂଲ୍ୟାଙ୍କନ କରିପାରିବ।

You might also like