ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ
ରାଜ୍ୟକାହାଣୀ ( ଭୁବନେଶ୍ୱର )ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ ବୈଠକ।ଏହା ଆଗାମୀ ବିଧାନସଭା ଅଧିବେଶନରେ ଉପସ୍ଥାପିତ ହେବାକୁ ଥିବା ବଜେଟ୍ ପାସ୍ ସମେତ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବଗୁଡ଼ିକ ଉପରେ ଆଲୋଚନା ହେବ। ସୂତ୍ର ଅନୁଯାୟୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ ସାତଟି ବିଭାଗର ପ୍ରାୟ ନଅଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଧ୍ୟାନ ଦିଆଯିବ। ଏହି ପ୍ରସ୍ତାବଗୁଡ଼ିକ ବର୍ତ୍ତମାନ ଚୂଡ଼ାନ୍ତ ପର୍ଯ୍ୟାୟରେ ଅଛି।
ସୁଗମ କାର୍ଯ୍ୟପନ୍ଥା ସୁନିଶ୍ଚିତ କରିବା ପାଇଁ ଜଳସମ୍ପଦ, ପଞ୍ଚାୟତିରାଜ, ସାଧାରଣ ପ୍ରଶାସନ, ଅର୍ଥ ଏବଂ ଅନ୍ୟାନ୍ୟ ବିଭାଗ ସମେତ ବିଭିନ୍ନ ବିଭାଗରେ ପ୍ରସ୍ତୁତି ଚାଲିଛି।