ନୀତିଶ କୁମାର ହେଲେ ଜେଡିୟୁ ବିଧାୟକ ଦଳ ନେତା, ଆସନ୍ତାକାଲି ଗାନ୍ଧୀ ମଇଦାନରେ ଶପଥ ସମାରୋହ
ନୀତୀଶ କୁମାର ବୁଧବାର (୧୯ ନଭେମ୍ବର) ରାଜଭବନ ପହଞ୍ଚି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ଏନଡିଏ ବିଧାୟକଙ୍କ ସମର୍ଥନ ପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ରାଜ୍ୟରେ ନୂତନ ସରକାର ଗଠନ ପାଇଁ ଦାବି କରିଛନ୍ତି ନୀତୀଶ । ଏନଡିଏ ବିଧାୟକ ଦଳର ନେତା ନିର୍ବାଚିତ ହେବା ପରେ, ନୀତିଶ କୁମାର ରାଜଭବନରେ ରାଜ୍ୟପାଳଙ୍କୁ ଭେଟିଛନ୍ତି।ଏପଟେ ବିଜେପି ବିଧାୟକ ଦଳ ନେତା ହୋଇଛନ୍ତି ସମ୍ରାଟ ଚୌଧୁରୀ । ତାଙ୍କୁ ବିଜେପି ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ କରାଯାଇଛି । ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ବିହାର ଉପମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବେ ବୋଲି ସୂଚନା ମିଳିଛି ।ସୂତ୍ର ଅନୁସାରେ, ବାଚସ୍ପତି ପଦ ବିଜେପିକୁ ଯିବ । ପୂର୍ବରୁ ନୀତିଶ କୁମାରଙ୍କୁ ଜେଡିୟୁ ବିଧାୟକ ଦଳର ନେତା ମନୋନୀତ କରାଯାଇଥିଲା।ଶପଥ ଗ୍ରହଣ ସମାରୋହ ଗୁରୁବାର (୨୦ ନଭେମ୍ବର) ପାଟନାର ଗାନ୍ଧୀ ମୈଦାନରେ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଶପଥ ଗ୍ରହଣ ଉତ୍ସବର ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ନୀତୀଶ କୁମାର ମଙ୍ଗଳବାର (୧୮ ନଭେମ୍ବର) ବ୍ୟକ୍ତିଗତ ଭାବରେ ଗାନ୍ଧୀ ମୈଦାନ ଗସ୍ତ କରିଥିଲେ।