ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଭିତରେ ବୁଲୁଛି କଳାବାଘ ‘କାଳିଆ’

ରାଜ୍ୟକାହାଣୀ ( ଭୁବନେଶ୍ୱର )କଳାବାଘ କାଳିଆକୁ ନେଇ ଚର୍ଚ୍ଚା । ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ବୁଲୁଥିବା ନଜରକୁ ଆସିଛି । ଏନେଇ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ପୂର୍ବତନ ପିସିସିଏଫ୍ ସୁଶାନ୍ତ ନନ୍ଦ । ସୁଶାନ୍ତ ନନ୍ଦ ଏହି ମହାବଳ ବାଘକୁ କଳା ସୁନ୍ଦରୀ ବୋଲି ଉଲ୍ଲେଖ କରିଥିବା ବେଳେ ଶିମିଳିପାଳ ଅଭୟାରଣ୍ୟରେ ଏହି କାଳିଆ ର ମହତ୍ବ ବିଷୟରେ ମଧ୍ୟ ସମ୍ୟକ୍ ସୂଚନା ଦେଇଛନ୍ତି। ସୁଶାନ୍ତ ନନ୍ଦଙ୍କ ମତରେ ଏହି କାଳିଆ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ମୁଖ୍ୟ ବୋଲି ଲେଖିଛନ୍ତି। ଶିମିଳିପାଳରେ କେବଳ ୬ଟି ବାଘ ଥିବା ଅବସ୍ଥାରେ ଆଜି ବାଘ ସଂଖ୍ୟା ୩୦ରୁ ଅଧିକ ସଂଖ୍ୟାରେ ପହଞ୍ଚିଛି ।ଶିମିଳିପାଳରେ ବାଘ ବଂଶକୁ ବଞ୍ଚାଇଥିଲା ଏହି “କାଳିଆ” ନାମକ ପୁରୁଷ ବାଘ। ଏଣୁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର ଗର୍ବ ହେଉଛି ଏହି ମିଲେନାଷ୍ଟିକ୍ ଟାଇଗର ‘କାଳିଆ’। ଯାହାକୁ Black Beauty ବୋଲି କହିଛନ୍ତି ପୂର୍ବତନ ପିସିସିଏଫ୍ ଶ୍ରୀଯୁକ୍ତ ନନ୍ଦ । ଏବେ ବନ୍ୟଜୀବ ସୁରକ୍ଷା ଇତିହାସରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦାବି କରିଛି ଏହି କଳାବାଘ । ଶିମିଳିପାଳରେ ବାଘ ସଂଖ୍ୟା ପ୍ରାୟ ନଷ୍ଟ ହେବାର ସ୍ଥିତିକୁ ପହଞ୍ଚିଥିବା ସମୟରେ, ସେହି ସଂଖ୍ୟାକୁ ପୁଣିଥରେ ବୃଦ୍ଧି କରାଇବାର ଶ୍ରେୟ ‘କାଳିଆ’କୁ ଯାଉଛି ବୋଲି ଏକ୍ସ ପୋଷ୍ଟ ରେ କାଳିଆର ଭିଜୁଆଲ ଛାଡି ଲେଖିଛନ୍ତି ଶ୍ରୀଯୁକ୍ତ ନନ୍ଦ।

You might also like