ଏହି ଦିନ ମିଳିବ ପିଏମ୍ କିସାନ୍‌ର ୨୧ତମ କିସ୍ତି ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯ ନଭେମ୍ବରରେ ପିଏମ୍ କିସାନ୍ ସମ୍ମାନ ନିଧିର ୨୧ତମ କିସ୍ତି ଜାରି କରିବାକୁ ଯାଉଛନ୍ତି। ଏହି ଯୋଜନା ଅଧୀନରେ କୃଷକମାନଙ୍କୁ ବର୍ଷକୁ ୬୦୦୦ ଟଙ୍କାର ସିଧାସଳଖ ଆର୍ଥିକ ସହାୟତା ମିଳୁଛି ଏବଂ ପ୍ରତ୍ୟେକ କିସ୍ତ ଜାରି ହେବା ସହ ଲକ୍ଷ ଲକ୍ଷ କୃଷକ ଲାଭବାନ ହେଉଛନ୍ତି। କୃଷି ମନ୍ତ୍ରଣାଳୟ ବୟାନରେ ଜଣାଇଛି ଯେ ୧୯ ନଭେମ୍ବରରେ ହେବାକୁ ଥିବା ଏହି ଟ୍ରାନ୍ସଫର୍ ସମ୍ପୂର୍ଣ୍ଣ ପୋର୍ଟାଲ୍ ଆଧାରିତ ହେବ ଏବଂ କେବଳ ସେହି କୃଷକମାନଙ୍କୁ ଲାଭ ମିଳିବ ଯେଉଁମାନଙ୍କର ଜମି ରେକର୍ଡ ପିଏମ୍ କିସାନ୍ ପୋର୍ଟାଲ୍ ସହ ଲିଙ୍କ୍ ହୋଇଛି ଏବଂ ବ୍ୟାଙ୍କ ଆକାଉଣ୍ଟ୍ ଆଧାର ନମ୍ବର ସହ ସିଡେଡ୍ ହୋଇଛି।

You might also like