SI ପରୀକ୍ଷା କେଳେଙ୍କାରୀ, CBI ତଦନ୍ତ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ରାଜ୍ୟକାହାଣୀ ( ଭୁବନେଶ୍ୱର )ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି। ସିବିଆଇ ତଦନ୍ତ ପାଇଁ ସୁପାରିସ୍‌ କରିଥିଲେ ରାଜ୍ୟ ସରକାର। ଏହି ମାମଲାରେ ୧୧୪ ପରୀକ୍ଷାର୍ଥୀ ଜେଲ୍‌ ଯାଇ ଜାମିନରେ ଆସିଛନ୍ତି। ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଓ ମୁନା ମହାନ୍ତି ଗିରଫ ହୋଇ ସାରିଛନ୍ତି। ସୂଚନାମୁତାବକ ସେପ୍ଟେମ୍ବର ୨୯ ରାତିରେ ବ୍ରହ୍ମପୁର ପୋଲିସ, ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ୧୧୪ ଜଣ ପ୍ରାର୍ଥୀ ଏବଂ ତିନି ଜଣ ଏଜେଣ୍ଟଙ୍କୁ ନେଇ ଯାଉଥିବା ତିନୋଟି ବସ୍ ଅଟକାଇବା ପରେ ଏହି ଠକେଇ ସାମ୍ନାକୁ ଆସିଥିଲା। ତେବେ କ୍ରାଇମବ୍ରାଞ୍ଚ ଏହି ରାକେଟରେ ଶଙ୍କରର ଦୁଇ ମୁଖ୍ୟ ସହଯୋଗୀ ମୁନ୍ନା ମହାନ୍ତି ଏବଂ ଶ୍ରୀକାନ୍ତ ମହାରଣା ଓରଫ ରିଙ୍କୁକୁ ଗିରଫ କରିଥିଲା। ଗୋଟିଏ ଦିନ ପରେ ଆଉ ଚାରି ଜଣ ଅଭିଯୁକ୍ତ ପ୍ରିୟଦର୍ଶିନୀ ସାମଲ, ଟି ଅଭିମନ୍ୟୁ ଦୋରା, ଅରବିନ୍ଦ ଦାସ ଏବଂ ବିଶ୍ୱରଞ୍ଜନ ବେହେରାଙ୍କୁ ଗିରଫ କରିଥିଲା। ଯେଉଁମାନେ କି ଏଜେଣ୍ଟ ଥିଲେ ଏବଂ ଶଙ୍କର ଦ୍ୱାରା ପରିଚାଳିତ ସିଣ୍ଡିକେଟର ଅଂଶ ଥିଲେ।

You might also like