୨ ମିନିଟ ବିଳମ୍ବରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ମିଳିଲା ଏମିତି ଦଣ୍ଡ

କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟପ୍ରଦେଶର ପଚମାଢ଼ିରେ ଏକ କଂଗ୍ରେସ ତାଲିମ ଶିବିରରେ ଦୁଇ ମିନିଟ ବିଳମ୍ବରେ ପହଞ୍ଚିଥିଲେ। ଏହି ବିଳମ୍ବ ପାଇଁ ତାଙ୍କୁ ଦଣ୍ଡ ଦିଆଯାଇଥିଲା। ସେ ଦଣ୍ଡ ଗ୍ରହଣ କରିଥିଲେ। ଜଣେ ଦଳୀୟ କର୍ମୀଙ୍କ ଅନୁଯାୟୀ, ସେ ଦଶଟି ପୁସ-ଅପ ‘ଦଣ୍ଡ’ ପୂରଣ କରିଥିଲେ। ଏହି ଦଣ୍ଡ ବାବଦରେ କଂଗ୍ରେସ ଟ୍ରେନିଂ ବିଭାଗର ମୁଖ୍ୟ ସଚିନ ରାଓ ସୂଚନା ଦେଇଛନ୍ତି । ତାଙ୍କ କହିବା ଅନୁସାରେ ପ୍ରଶିକ୍ଷଣ ଶିବିରରେ ଅନୁଶାସନ ପାଳନ ନକଲେ ଦଣ୍ଡ ମିଳିବ ।

​​​​​​​ଖବର ସରବରାହ ସଂସ୍ଥା ପିଟିଆଇ ଅନୁସାରେ, ମଧ୍ୟପ୍ରଦେଶ କଂଗ୍ରେସ ମିଡିଆ ସଂଯୋଜକ ମୁଖ୍ୟ ଅଭିନବ ବରୋଲିୟା କହିଛନ୍ତି,” ଆମ ନେତା ରାହୁଲ ଜୀଙ୍କ ପାଇଁ ଏହା କିଛି ନୂଆ କିମ୍ବା ଆଶ୍ଚର୍ଯ୍ୟକର କଥା ନୁହେଁ । ଆମ ଶିବିରରେ ଆମେ ଅନୁଶାସନ, ଶୃଙ୍ଖଳାର ପାଳନ କରିଥାଉ । ଦଳରେ ଏକ ଲୋକତନ୍ତ୍ର ଅଛି ଯେଉଁଠି ସମସ୍ତେ ସମାନ୍ ଏବଂ ସେମାନଙ୍କ ସହିତ ସମାନ ବ୍ୟବହାର କରାଯାଏ । ଆମ ଦଳ ଭାଜପା ପରି ନୁହେଁ ।”

You might also like