କୁଳଡିହା ଅଭୟାରଣ୍ୟରୁ କ୍ୟାମେ ରା ଚୋରୀ ଓ ପଶୁ ଶିକାର ଅଭିଯୋଗ ରେ ୪ ଶିକାରୀ ଗିରଫ,ଗୁଳି ଭର୍ତ୍ତି ୩ ଦେଶୀ ବନ୍ଧୁକ


ନୀଳଗିରି,ନୀଳଗିରି ଉପଖଣ୍ଡ ଅଧୀନ କୁଳଡିହା ଅଭୟାରଣ୍ୟରୁ ପୁଣି ଚାରି ଶିକାରୀଙ୍କୁ ଲଧାସାହି ଗ୍ରାମର ରୁ ଗିରଫ କରାଯାଇଛି।କୁଲଡିହା ଅଭୟାରଣ୍ୟ ଅଧୀନ ଅହିରାଜବାଙ୍କ, ପୁରୁଣାପାଣି ବିଟ୍‌ ଅଞ୍ଚଳରେ ବନବିଭାଗ ଦ୍ୱାରା ଖଞ୍ଜା ଯାଇଥିବା ଗୋଟିଏ ଟ୍ରାପ କ୍ୟାମେରା ରେ କଏଦ ହୋଇଥିବା ଚିତ୍ର ଅନୁଯାୟୀ ଗତ ଅକ୍ଟୋବର ୩୧ ତାରିଖ ଅପରାହ୍ନ ୩.୨୬ରେ ମୟୂରଭଞ୍ଜର ଜିଲା କପ୍ତିପଦା ଥାନା ଅଧିନସ୍ଥ ମାଙ୍କଡପଡା ପଦାଘାଟ ଚେମଚଟା ଲଧାସାହି ର ଅଭିଯୁକ୍ତ ରାବଣ କଟୁଆଳ (୧୯)ମହାଦେବ କଟୁଆଳ ( ୨୦) ଶଙ୍କର ନାୟକ ( ୧୯) ପକୋ କଟୁଆଳ ( ୨୦) କୁଳଡିହା ରେଞ୍ଜ ରେ ପଶୁ ଶିକାର ଉଦ୍ଦେଶ୍ୟରେ ପଶିଥିଲେ। କାଳେ ଟ୍ରାକିଂ କ୍ୟାମେରାରେ ଶିକାରୀଙ୍କ ଫଟୋ ରହିଯିବ, କାଳେ ଧରାପଡିଯିବେ ଭାବି ଚାରୋଟି ଟ୍ରାକିଂ କ୍ୟାମେରାକୁ ଭାଙ୍ଗି ନେଇ ଆସିଥିଲେ। ସେଥିରୁ ଦୁଇଟିକୁ ପୋଖରୀକୁ ଫିଙ୍ଗି ଦେଇଥିବାବେଳେ ଦୁଇଟି ଭଗ୍ନ କ୍ୟାମେରା କୁ ମାଟିତଳେ ପୋତି ଲୁଚାଇ ରଖିଥିଲେ। ବନବିଭାଗର ରୁଟିନ ଚେକ ସମୟରେ ଘଟଣା ଜଣାପଡିବା ପରେ ସେମାନଙ୍କ ସନ୍ଧାନରେ ଲାଗିଥିଲା। ସୋମବାର ଭୋର ୫ଟା ସମୟରେ କୁଲଡ଼ିହା ବନବିଭାଗ ଓ ବରହମପୁର ପୋଲିସ ସହଯୋଗରେ ୪ଜଣ ଶିକାରୀଙ୍କୁ ସେମାନଙ୍କ ଘରୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଗୁଳି ଭର୍ତ୍ତି ୩ ଦେଶୀ ବନ୍ଧୁକ ସମେତ ଦୁଇଟି ଭଗ୍ନ ଏ.ଆଇ କ୍ୟାମେରା କୁ ଜବତ କରି ଉପଧାରା (୪୯)ବି ଅନୁଯାୟୀ କୁଲଡିହା ବନ୍ୟପ୍ରାଣୀ ରେଞ୍ଜ ଓ.ଆର. ମାମଲା ନଂ. ୧୧କେ/ ୨୦୨୫-୨୬ରୁଜ୍ଜୁ କରାଯାଇ ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ କୋର୍ଟ ଚାଲାଣ କରିଛି।

You might also like