ବାଲେଶ୍ବର ସୋର କୋର୍ଟ ଛକ ଆଗ ରାସ୍ତାରେ ଆଇଆଇସିଙ୍କୁ ମାଡ଼ ଅଭିଯୋଗ
ଭୁବନେଶ୍ୱର (ରାଜ୍ୟ କାହାଣୀ)ଆଇଆଇସିଙ୍କୁ ମାଡ଼ ଅଭିଯୋଗ ।ବାଲେଶ୍ବର ସୋର କୋର୍ଟ ଛକ ଆଗ ରାସ୍ତାରେ ଭାରତ ପାକିସ୍ତାନ କ୍ରିକେଟ ମ୍ୟାଚ ଦେଖୁଥିବାବେଳେ ବୃଦ୍ଧଙ୍କୁ ମାଡ ଦେଇ ଉଠାଇ ନେଲେ ଆଇଆଇସି । ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ଉତ୍କ୍ଷିପ୍ତ ହୋଇ ଥାନାଧିକାରୀ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇଥିବା ଦେଖିବାକୁ ମିଳିଛି। ତେବେ ପୁଲିସ୍ ର ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।ସୂଚନା ଅନୁସାରେ, ରବିବାର ଏସିଆ କପ୍ ଫାଇନାଲ୍ ମ୍ୟାଚ୍ ଚାଲିଥିବା ବେଳେ କୋର୍ଟ ନିକଟସ୍ଥ ତାରିଣୀ ମନ୍ଦିର ସମ୍ମୁଖରେ ରାସ୍ତା ଅବରୋଧ କରି ଏକ କ୍ଲବ୍ର ସଦସ୍ୟମାନେ ଏଲ୍ଇଡି ଲଗାଇ ମ୍ୟାଚ୍ର ସିଧାପ୍ରସାରଣ ଦେଖୁଥିଲେ । ଏହି ସମୟରେ ସୋର ଥାନାଧିକାରୀ ସୁଦୀପ୍ତ କୁମାର ସାହୁ ପାଟ୍ରୋଲିଂ କରୁଥିବା ବେଳେ ସେଠାରେ ପହଞ୍ଚି ରାସ୍ତା ଅବରୋଧ ହଟାଇବାକୁ ଯୁବକମାନଙ୍କୁ ପ୍ରଶ୍ନ କହିଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ କେତେକ ଯୁବକ ଥାନାଧିକାରୀ ଶ୍ରୀ ସାହୁ ଓ ଏଏସ୍ଆଇ ସମୀର ବେହେରାଙ୍କୁ ଆକ୍ରମଣ କରିଥିଲେ । ଶ୍ରୀ ବେହେରା ଗୁରୁତର ହୋଇଥିବା ବେଳେ ଥାନାଧିକାରୀ ଶ୍ରୀ ସାହୁ ଆହତ ହୋଇଛନ୍ତି । ଘଟଣାରେ ପୁଲିସ୍ ଜଣଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖିବା ସହ ଘଟଣାର ତଦନ୍ତ କରୁଛି ।