ବିଏସ୍‌ଇ ଓ ସିଏଚ୍‌ଏସ୍‌ଇ ମିଶ୍ରଣକୁ ମିଳିଲା ଅନୁମୋଦନ

ଭୁବନେଶ୍ୱର (ରାଜ୍ୟ କାହାଣୀ)ଏଣିକି ଓଡିଶାରେ ଚାଲିବ ଗୋଟିଏ ବୋର୍ଡ। ବିଏସ୍‌ଇ ଓ ସିଏଚ୍‌ଏସ୍‌ଇ ମିଶ୍ରଣକୁ ମିଳିଲାଅନୁମୋଦନ। ସ୍କୁଲ ଶିକ୍ଷାକୁ ସୁଦୃଢ଼ ଓ ଉନ୍ନତ କରିବା ପାଇଁ ରାଜ୍ୟରେ ଗୋଟିଏ ବୋର୍ଡ ରଖାଯିବ। କେବଳ ଏତିକି ନୁହେଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ପିଲାଙ୍କୁ ମାଗଣା ପାଠ୍ୟପୁସ୍ତକ ଦିଆଯାଉଥିବା ବେଳେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ନବମ ଓ ଦଶମ ଛାତ୍ରଛାତ୍ରୀଙ୍କୁ ମାଗଣା ବହି ଦିଆଯାଉଥିଲା। କିନ୍ତୁ ଏବେ ସମସ୍ତ ବର୍ଗର ପିଲାଙ୍କୁ ଦଶମ ଶ୍ରେଣୀ ଯାଏ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ। ଏନ୍‌ସିଇଆର୍‌ଟି ଢାଞ୍ଚାରେ ଏସ୍‌ସିଇଆର୍‌ଟିକୁ ବିକଶିକ କରାଯିବ। ପାଠ୍ୟପୁସ୍ତକ ପ୍ରକାଶନ ନିର୍ଦ୍ଦେଶାଳୟ ସଂସ୍ଥାର ସୃଦୃଢ଼ୀକରଣ ହେବ।

You might also like