ରାଜଧାନୀରେ ଗଣେଷ ପୂଜାରେ ବାଜିବନି ଡିଜେ

ରାଜ୍ୟ କାହାଣୀ (ଭୁବନେଶ୍ୱର )ଏଥର ରାଜଧାନୀରେ ଗଣେଷ ପୂଜାରେ ବାଜିବନି ଡିଜେ । କମ୍‌ ସାଉଣ୍ଡରେ ବାଜିପାରିବ ଭକ୍ତି ସଙ୍ଗୀତ । ଆଗାମୀ ଗଣେଷ ପୂଜାକୁ ଦୃଷ୍ଟିରେ କମିଶନରେଟ୍‌ ପୋଲିସ ପକ୍ଷରୁ ଜାରି ହେଲା କଟକଣା ।ଏହାସହିତ ରାସ୍ତା ଉପରେ ବି ଲାଗିବନି ବଡ଼ ବଡ଼ ତୋରଣ। ପ୍ରତି ମଣ୍ଡପରେ ସିସିଟିଭି ଲଗାଇବା ବାଧ୍ୟତାମୂଳକ। ପୂଜା ସମୟରେ ଦାଦା ବଟି ଆଦାୟ ଉପରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ।

ସେହିପରି ରାତି ୧୦ ପରେ ମଲୋଡିକୁ ମନା କରିଛି କମିଶନରେଟ୍‌ ପୋଲିସ । ବାକି ଭସାଣ ଉତ୍ସବ ସମୟରେ ଆତସବାଜି ଫୁଟିବନି । ଏହାସହିତ ନିଶାମୁକ୍ତ ପୂଜା ପେଣ୍ଡାଲ ପାଇଁ ପୋଲିସର ଗୁରୁତ୍ୱ ।

You might also like