ଉତ୍କଳ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତି ରଦ୍ଦ କରିଛନ୍ତି ରାଜ୍ୟପାଳ

ଉତ୍କଳ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତି ରଦ୍ଦ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମ୍‌ପତି। ଏନେଇ ଓଡ଼ିଶା ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ଆଡ୍‌ଭୋକେଟ ଜେନେରାଲ। ଏହି ନିଯୁକ୍ତିକୁ ଓଡିଶା ବିଶ୍ଵବିଦ୍ୟାଳୟ ଅଧିନିୟମ, ୧୯୮୯ର ଉଲ୍ଲଙ୍ଘନ ବୋଲି ଦର୍ଶାଇ ରୁଜୁ ଜନସ୍ୱାର୍ଥ ମାମଲାର ଆଜି ଶୁଣାଣି ବେଳେ ଏହା ଜଣାପଡ଼ିଥିଲା ।

ତେବେ ପୂର୍ବତନ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ସରିବା ପରେ ପିଜି କାଉନସିଲ ଅଧକ୍ଷ ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟଙ୍କୁ ଭାରପ୍ରାପ୍ତ କୁଳପତି ଭାବେ ନିଯୁକ୍ତି ଦିଆଯାଇଥିଲା ।ଏହାକୁ ବିରୋଧ କରି ଆଇନଜୀବୀ ପ୍ରବୀର ଦାସ ଏନେଇ ମାମଲା ଦାୟର କରିଥିଲେ।

You might also like