ପାକିସ୍ତାନୀ ଆତଙ୍କୀଙ୍କ ବିରୋଧରେ ସେନାର ମେଗା ଅପରେସନ୍
ଜମ୍ମୁ-କାଶ୍ମୀରରେ ଏବେ ୬୫ ପାକିସ୍ତାନୀ ଆତଙ୍କବାଦୀ ସକ୍ରିୟ ଅଛନ୍ତି। ସେମାନଙ୍କ ମଧ୍ୟରେ ୩୫ ଆତଙ୍କୀ ଲସ୍କର-ଏ-ତୋଇବା (ଏଲଇଟି) ଏବଂ ୨୫ ଆତଙ୍କୀ ଜୈଶ-ଏ-ମହମ୍ମଦ (ଜେଇଏମ୍) ସହ ଜଡ଼ିତ।ସୁରକ୍ଷା ଏଜେନ୍ସିଗୁଡ଼ିକ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଜମ୍ମୁ-କାଶ୍ମୀରରେ ଏବେ ଜଣେ ବି ସ୍ଥାନୀୟ ଆତଙ୍କୀ ସକ୍ରିୟ ନାହାନ୍ତି। ନଭେମ୍ବର ୧୮ରେ କୁଲଗାମରେ ଶେଷ ସ୍ଥାନୀୟ ଆତଙ୍କୀ ନିହତ ହୋଇଥିଲା। ଏହାର ୩ ଦିନ ପରେରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ଯ କହିଥିଲେ ଯେ, ଉପତ୍ୟକାରେ ଜଣେ ବି ସ୍ଥାନୀୟ ଆତଙ୍କୀ ସକ୍ରିୟ ନାହାନ୍ତି।ଏଲ୍ଇଟି ଏବଂ ଜେଇଏମ୍ ଭାରତରେ ୨୦୦୧ ସଂସଦ ଆକ୍ରମଣ, ୨୦୧୬ରେ ଉରି ଆତଙ୍କବାଦୀ ଆକ୍ରମଣ, ୨୦୧୯ରେ ପୁଲଓ୍ବାମା ଆକ୍ରମଣରେ ସହ ଜଡ଼ିତ। ଏହି ଆତଙ୍କୀ ସଙ୍ଗଠନ ଏଲଓସି ଦେଇ ଆତଙ୍କୀଙ୍କୁ ଅନୁପ୍ରବେଶ କରାଉଛନ୍ତି। ୨୦୨୪ରୁ ଏପର୍ଯ୍ୟନ୍ତ ୫୪୮ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୪୫ ଯବାନ ସହିଦ ହୋଇଛନ୍ତି ଏବଂ ୧୩୮ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ନଭେମ୍ବର ୧୮ ତାରିଖରେ କୁଲଗାମ ଏନକାଉଣ୍ଟରରେ ଶେଷ ସକ୍ରିୟ ସ୍ଥାନୀୟ ଆତଙ୍କବାଦୀ ଲତିଫ୍ ଭଟ୍ଟ ନିହତ ହେବା ପରେ ଏବେ ସୁରକ୍ଷାବାହିନୀର ସମ୍ପୂର୍ଣ୍ଣ ନଜର ବିଦେଶୀ ଆତଙ୍କୀଙ୍କ ଉପରେ ରହିଛି।