ତିନିଟି ରାଜ୍ୟର ଛାତ୍ରଛାତ୍ରୀଙ୍କୁ ନେଇ ବହୁରାଜ୍ୟସ୍ତରୀୟ ହେଲା CSM Synapse 5.0

ଭୁବନେଶ୍ୱର, ରାଜ୍ୟ କାହାଣୀ: ଶିକ୍ଷା ଓ ଯୁବପିଢ଼ିର ସଶକ୍ତୀକରଣ ପ୍ରତି ନିଜର ପ୍ରତିବଦ୍ଧତାକୁ ଭୌଗୋଳିକ ସୀମା ସରହଦ ଡେଇଁ ଆହୁରି ବ୍ୟାପକ କରିଛି CSM Technologies Limited। ଏହି କ୍ରମରେ କମ୍ପାନୀ ପକ୍ଷରୁ ଲୋକପ୍ରିୟ ସ୍କୁଲ୍ କୁଇଜ୍ ପ୍ରତିଯୋଗିତା CSM Synapseର ପଞ୍ଚମ ସଂସ୍କରଣ Synapse 5.0ର ଶୁଭାରମ୍ଭ କରାଯାଇଛି। ଚଳିତବର୍ଷ ଓଡ଼ିଶା ସମେତ ଛତିଶଗଡ଼ ଓ ଝାଡ଼ଖଣ୍ଡର ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତାରେ ସାମିଲ ହେବେ।

2022 ରେ ମାତ୍ର 13ଟି ସ୍କୁଲ୍‌ର 52 ଜଣ ଛାତ୍ରଛାତ୍ରୀଙ୍କୁ ନେଇ Synapseର ପ୍ରଥମ ସଂସ୍କରଣ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ବର୍ଷ କଟକକୁ ଏହି ପ୍ରତିଯୋଗିତାର ପରିସରରେ ସାମିଲ କରାଯିବା ସହ ଅଂଶଗ୍ରହଣକାରୀଙ୍କ ସଂଖ୍ୟା 208କୁ ବୃଦ୍ଧି ପାଇଥିଲା। ସେତେବେଳେ 29ଟି ସ୍କୁଲ୍‌ର ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିଲେ। ଏହାପରଠାରୁ ଅଂଶଗ୍ରହଣ ଓ ଭୌଗୋଳିକ ପରିସର, ଉଭୟ ଦୃଷ୍ଟିରୁ Synapse କ୍ରମାଗତ ଭାବେ ବିସ୍ତାର ଲାଭ କରିଆସିଛି। ଏହାର ପଞ୍ଚମ ସଂସ୍କରଣରେ ଛତିଶଗଡ଼ ଓ ଝାଡ଼ଖଣ୍ଡକୁ ସାମିଲ କରାଯିବା ଏହି ଯାତ୍ରାର ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ। ଗତ ପାଞ୍ଚ ବର୍ଷ ମଧ୍ୟରେ Synapse 700ରୁ ଅଧିକ ସ୍କୁଲ୍‌ର 1,500ରୁ ଅଧିକ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିପାରିଛି।

‘ଜ୍ଞାନ ହିଁ ଶକ୍ତି’ ଆଦର୍ଶକୁ ଆଧାର କରି CSM Synapse ଛାତ୍ରଛାତ୍ରୀଙ୍କ ଶିକ୍ଷଣ ପ୍ରକ୍ରିୟାକୁ ଅଧିକ ରୋଚକ ଓ ଅନୁଭୂତିଭିତ୍ତିକ କରିବାକୁ ଲକ୍ଷ୍ୟ ରଖିଛି। ପାରମ୍ପରିକ ଶ୍ରେଣୀଗୃହ ଶିକ୍ଷାର ପରିସର ବାହାରକୁ ଆସି ନୂଆ ଜ୍ଞାନ ଓ ଅନୁଭୂତି ହାସଲ କରିବାର ସୁଯୋଗ ଏହା ଯୋଗାଇ ଦେଉଛି। ଏହି ପଞ୍ଚମ ସଂସ୍କରଣରେ ରାୟପୁର, ରାଞ୍ଚି, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଓ ଭୁବନେଶ୍ୱର ଭଳି 6ଟି ସହରରେ ଜୋନାଲ୍ ରାଉଣ୍ଡ ଅନୁଷ୍ଠିତ ହେବ। ଡିସେମ୍ବର 11, 2026ରେ ଭୁବନେଶ୍ୱରଠାରେ ଗ୍ରାଣ୍ଡ ଫିନାଲେ ସହ ଏହି ପ୍ରତିଯୋଗିତାର ପରିସମାପ୍ତି ଘଟିବ।

ନଭେମ୍ବର 25ରେ ରାୟପୁରଠାରୁ ଜୋନାଲ୍ ରାଉଣ୍ଡ ଆରମ୍ଭ ହେବ। ଏହାପରେ ନଭେମ୍ବର 27ରେ ରାଞ୍ଚି, ନଭେମ୍ବର 30ରେ ରାଉରକେଲା, ଡିସେମ୍ବର 2ରେ ସମ୍ବଲପୁର, ଡିସେମ୍ବର 4ରେ ବ୍ରହ୍ମପୁର ଏବଂ ଡିସେମ୍ବର 10ରେ ଭୁବନେଶ୍ୱରଠାରେ ପ୍ରତିଯୋଗିତାର ଜୋନାଲ୍ ପର୍ଯ୍ୟାୟ ଅନୁଷ୍ଠିତ ହେବ।

CSM Synapse ପଛରେ ଥିବା ଦୃଷ୍ଟିକୋଣ ସମ୍ପର୍କରେ CSM Technologies Limitedର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଶ୍ରୀ ପ୍ରିୟଦର୍ଶୀ ନାନୁ ପାଣି କହିଛନ୍ତି, “ଶିକ୍ଷା କେବଳ ସ୍ମରଣଶକ୍ତିର ପରୀକ୍ଷା ନ ହୋଇ ଜାଣିବା ଓ ଜିଜ୍ଞାସାର ଉତ୍ସ ହେବା ଆବଶ୍ୟକ। ଛତିଶଗଡ଼ ଓ ଝାଡ଼ଖଣ୍ଡକୁ Synapseର ସମ୍ପ୍ରସାରଣ ଏହି ବିଶ୍ୱାସକୁ ପ୍ରତିଫଳିତ କରେ ଯେ ବୌଦ୍ଧିକ ବିକାଶର ସୁଯୋଗ ଭୌଗୋଳିକ ସୀମାରେ ସୀମିତ ରହିବା ଉଚିତ ନୁହେଁ। ଅଧିକରୁ ଅଧିକ ଆଗ୍ରହୀ ଓ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କ ନିକଟରେ ଏହି ସୁଯୋଗ ପହଞ୍ଚିବା ଦରକାର।”

ଏହି କାର୍ଯ୍ୟକ୍ରମର ପରିକଳ୍ପନା ଓ ସଫଳ ଆୟୋଜନ ପାଇଁ CSM Technologies ଭାରତର ଅଗ୍ରଣୀ କୁଇଜ୍ ସମାଧାନ ପ୍ରଦାନକାରୀ ସଂସ୍ଥା Quizcraft Global ସହ ସହଭାଗିତା କରିଛି। Quizcraft Globalର ସହ-ପ୍ରତିଷ୍ଠାତା ତଥା ଲୋକପ୍ରିୟ ଟେଲିଭିଜନ୍ କୁଇଜ୍ ଶୋ’ ‘କୌନ୍ ବନେଗା କରୋଡ଼ପତି’ (KBC)ର ପୂର୍ବତନ ଗବେଷଣା ମୁଖ୍ୟ ଆଦିତ୍ୟ ନାଥ ମୁବାୟୀ ଏହି କୁଇଜ୍ କାର୍ଯ୍ୟକ୍ରମର ସଂଚାଳନ କରିବେ।

ବର୍ଷ ବର୍ଷ ଧରି CSM Synapse ଏକ ନିରନ୍ତର ଶିକ୍ଷାଭିତ୍ତିକ ପଦକ୍ଷେପ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ଗଢ଼ିପାରିଛି। କୁଇଜ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମନରେ ଜାଣିବାର ଆଗ୍ରହ ସୃଷ୍ଟି କରିବା ସହ ସେମାନଙ୍କ ଜ୍ଞାନ ଓ ସଚେତନତାର ପରିସରକୁ ଏହା ସମୃଦ୍ଧ କରୁଛି। ଏହା ସେମାନଙ୍କ ଚିନ୍ତନଶକ୍ତିକୁ ଶାଣିତ କରିବା ସହ ଆତ୍ମବିଶ୍ୱାସ ବୃଦ୍ଧିରେ ମଧ୍ୟ ସହାୟକ ହେଉଛି।

ପଞ୍ଚମ ସଂସ୍କରଣରେ ପଦାର୍ପଣ କରି CSM Synapse ଯୁବପିଢ଼ିଙ୍କ ମଧ୍ୟରେ ନିବେଶ ହିଁ ଦେଶର ବୌଦ୍ଧିକ ଓ ସାମାଜିକ ପୁଞ୍ଜିରେ ନିବେଶ ବୋଲି CSM Technologiesର ଦୃଢ଼ ବିଶ୍ୱାସକୁ ପୁନର୍ବାର ପ୍ରତିପାଦିତ କରିଛି।

CSM Technologies Limited ସମ୍ପର୍କରେ

CSM Technologies Limited ଭୁବନେଶ୍ୱର, ଭାରତରେ ମୁଖ୍ୟାଳୟ ଥିବା ଏକ ବହୁରାଷ୍ଟ୍ରୀୟ GovTech ଓ ଡିଜିଟାଲ୍ ରୂପାନ୍ତରଣକାରୀ କମ୍ପାନୀ। 1998ରେ ପ୍ରତିଷ୍ଠିତ ଏହି କମ୍ପାନୀ ଡିଜିଟାଲ୍ ପବ୍ଲିକ୍ ଇନ୍‌ଫ୍ରାଷ୍ଟ୍ରକ୍ଚର୍ (DPI), ଇ-ଗଭର୍ଣ୍ଣାନ୍ସ, କୃତ୍ରିମ ବୁଦ୍ଧିମତ୍ତା (AI), ଡାଟା ଆନାଲିଟିକ୍ସ, କ୍ଲାଉଡ୍ କମ୍ପ୍ୟୁଟିଂ, ସାଇବର ସୁରକ୍ଷା, ଜିଆଇଏସ୍ (GIS) ଏବଂ ଏଣ୍ଟରପ୍ରାଇଜ୍ ଡିଜିଟାଲ୍ ରୂପାନ୍ତରଣ କ୍ଷେତ୍ରରେ ବିଶେଷଜ୍ଞତା ହାସଲ କରିଛି। ଭାରତ, ଆଫ୍ରିକା, ମଧ୍ୟପ୍ରାଚ୍ୟ ଓ ଉତ୍ତର ଆମେରିକାରେ ଉପସ୍ଥିତି ସହ କମ୍ପାନୀ କୃଷି, ଖଣି, ସ୍ୱାସ୍ଥ୍ୟସେବା, ଶିକ୍ଷା, ସାର୍ବଜନୀନ ଆର୍ଥିକ ପରିଚାଳନା, ଲଜିଷ୍ଟିକ୍ସ, ଉପଯୋଗିତା ସେବା ଓ ସ୍ମାର୍ଟ ସିଟି ଭଳି ବିଭିନ୍ନ କ୍ଷେତ୍ରରେ ପ୍ରଯୁକ୍ତିଭିତ୍ତିକ ସମାଧାନ ପ୍ରଦାନ କରୁଛି।

ଗଣମାଧ୍ୟମ ଯୋଗାଯୋଗ

ଜୟଜିତ ଦାଶ

ସିନିୟର ମ୍ୟାନେଜର – କର୍ପୋରେଟ୍ କମ୍ୟୁନିକେସନ୍ସ

CSM Technologies Limited

ଇମେଲ୍: jayajit.dash@csm.tech

You might also like