ଗୁଣପୁରରେ ଥାନା ପରିସରରେ ମିଳିଲା SIଙ୍କ ମୃତଦେହ

ଭୁବନେଶ୍ଵର (ରାଜ୍ୟ କାହାଣୀ ) ରାୟଗଡ଼ା ଜିଲ୍ଲା ପୁଟାସିଂ ଥାନାର ସବ୍ଇନ୍ସପେକ୍ଟର ବାପୁଜୀ ମଲ୍ଲିକଙ୍କ ମୃତ୍ୟୁ। ୫୮ ବର୍ଷ ବୟସରେ ଆଖି ବୁଜିଛନ୍ତି ବାପୁଜୀ। ଥାନା ପରିସରରେ ଥିବା ତାଙ୍କ ଆବାସରୁ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ମୃତ SI ବାପୁଜୀ ମଲ୍ଲିକଙ୍କ  ଘର ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ସିଦ୍ଧପୁର ଗାଁରେ ବୋଲି ଜଣାପଡ଼ିଛି। ସେ ପୁଟାସିଂ ଥାନାରେ ସବ୍‌-ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଥିଲେ।ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ମୃତ୍ୟୁର କାରଣ ଜାଣିବା ପାଇଁ ତଦନ୍ତ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଗୁରୁତ୍ୱପୂର୍ଣ୍ଣ ହେବ।

You might also like