ଆଇସିଆଇସିଆଇ ଲାଇଫ୍ ସିଗ୍ନେଚର୍ ପେନ୍‌ସନ୍ ଯୋଜନାରେ ଅବସରକାଳୀନ ଆର୍ଥିକ ସୁରକ୍ଷା ସହ ପରବର୍ତ୍ତୀ ପିଢ଼ିକୁ ସମ୍ପତ୍ତି ହସ୍ତାନ୍ତରର ସୁବିଧା

ମୁମ୍ବାଇ, ରାଜ୍ୟ କାହାଣୀ: ଆଇସିଆଇସିଆଇ ଲାଇଫ୍ ସିଗ୍ନେଚର୍ ପେନ୍‌ସନ୍ ଯୋଜନା ମାଧ୍ୟମରେ ବ୍ୟକ୍ତିମାନେ ବଜାର ସହ ଜଡ଼ିତ ନିବେଶରୁ ଲାଭ ପାଇବା ସହ ଟିକସମୁକ୍ତ ଭାବେ ନିଜ ସମ୍ପତ୍ତିକୁ ପରବର୍ତ୍ତୀ ପିଢ଼ିକୁ ହସ୍ତାନ୍ତର କରିବାର ସୁଯୋଗ ପାଇପାରିବେ। ଏହି ଯୋଜନାରେ ୯୦ ବର୍ଷ ବୟସ ପର୍ଯ୍ୟନ୍ତ ନିବେଶ ଜାରି ରଖିବାର ସୁବିଧା ରହିଛି। ଫଳରେ ଜଣେ ବ୍ୟକ୍ତି ୪୦ ବର୍ଷ ବୟସରେ ମଧ୍ୟ ଏହି ଯୋଜନା ଆରମ୍ଭ କରି ଦୀର୍ଘ ସମୟ ପର୍ଯ୍ୟନ୍ତ ନିବେଶ ଜାରି ରଖିବା ସହ ଚକ୍ରବୃଦ୍ଧି ଲାଭର ସୁଯୋଗ ନେଇପାରିବେ।

ଏହି ଯୋଜନା ସମ୍ପର୍କରେ ମତ ରଖି ଆଇସିଆଇସିଆଇ ଲାଇଫ୍ ଇନ୍‌ସୁରାନ୍ସର ମୁଖ୍ୟ ଉତ୍ପାଦ ଅଧିକାରୀ ଶ୍ରୀ ବିକାଶ ଗୁପ୍ତା କହିଛନ୍ତି, “ଅବସର ପରବର୍ତ୍ତୀ ଜୀବନ ପାଇଁ ଆର୍ଥିକ ଯୋଜନା ଏବଂ ନିଜ ସମ୍ପତ୍ତିକୁ ପରବର୍ତ୍ତୀ ପିଢ଼ିକୁ ହସ୍ତାନ୍ତର କରିବାର ଯୋଜନା ପରସ୍ପର ସହ ଜଡ଼ିତ। ତେବେ ଏଭଳି ଆର୍ଥିକ ଯୋଜନା ଜଟିଳ ହୋଇପାରେ ଏବଂ ଏଥିରେ ଟିକସ ସମ୍ପର୍କିତ ବିଭିନ୍ନ ଦିଗ ମଧ୍ୟ ରହିଥାଏ। ଆଇସିଆଇସିଆଇ ଲାଇଫ୍ ସିଗ୍ନେଚର୍ ପେନ୍‌ସନ୍ ଏହି ଉଭୟ ଆବଶ୍ୟକତା ପୂରଣ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି।

ଏହି ଯୋଜନା ଗ୍ରାହକମାନଙ୍କୁ ବଜାର ସହ ଜଡ଼ିତ ଏକ ନିବେଶ ପାଣ୍ଠି ଗଠନ କରିବାରେ ସହାୟତା କରିଥାଏ। ଏଥିରେ ବିଭିନ୍ନ ପାଣ୍ଠି ବିକଳ୍ପ ଉପଲବ୍ଧ ରହିଛି, ଯାହାକୁ ଗ୍ରାହକମାନେ ନିଜ ପସନ୍ଦ ଅନୁଯାୟୀ ଚୟନ କରିପାରିବେ।

ଯୋଜନାର ନିର୍ଦ୍ଧାରିତ ଅବଧି ପୂରଣ ହେବା ପରେ ସଞ୍ଚିତ ପାଣ୍ଠିର ୬୦ ପ୍ରତିଶତ ପର୍ଯ୍ୟନ୍ତ ରାଶି ଟିକସମୁକ୍ତ ଭାବେ ଉଠାଇ ପାରିବେ। ଏହି ରାଶିକୁ ପରବର୍ତ୍ତୀ ପିଢ଼ି ପାଇଁ ଉତ୍ତରାଧିକାର ସମ୍ପତ୍ତି ଭାବେ ରଖିପାରିବେ। ଅବଶିଷ୍ଟ ରାଶିକୁ ଜୀବନବ୍ୟାପୀ ନିଶ୍ଚିତ ଆୟ ପ୍ରଦାନ କରୁଥିବା ବାର୍ଷିକ ଆୟ ଯୋଜନା କିଣିବାରେ ବ୍ୟବହାର କରିପାରିବେ। ଏହା ଅବସର ପରେ ଜୀବନସାରା ଆୟ ପ୍ରଦାନ କରିବ।

ଦୀର୍ଘମିଆଦୀ ସମ୍ପତ୍ତି ଗଠନ ସହ ବଜାର ସହ ଜଡ଼ିତ ନିବେଶର ଲାଭକୁ ଏକାଠି କରି ଏହି ଯୋଜନା ପ୍ରସ୍ତୁତ କରାଯାଇଛି। ଏହା ଗ୍ରାହକ ଏବଂ ସେମାନଙ୍କ ପରିବାରର ଭବିଷ୍ୟତ ପାଇଁ ଅବସରକାଳୀନ ଆର୍ଥିକ ଯୋଜନା ଓ ସମ୍ପତ୍ତି ହସ୍ତାନ୍ତର କ୍ଷେତ୍ରରେ ଏକ ଦୃଢ଼ ଆର୍ଥିକ ଆଧାର ଯୋଗାଇଥାଏ।”

ଆଇସିଆଇସିଆଇ ଲାଇଫ୍ ସିଗ୍ନେଚର୍ ପେନ୍‌ସନ୍ ଯୋଜନାରେ ଗ୍ରାହକମାନଙ୍କ ପାଇଁ ମୃତ୍ୟୁଜନିତ ଆର୍ଥିକ ସୁରକ୍ଷାର ବ୍ୟବସ୍ଥା ମଧ୍ୟ ରହିଛି। ଏଥିରେ ମୋଟ ଜମା ହୋଇଥିବା ପ୍ରିମିୟମ୍‌ର ୧୦୫ ପ୍ରତିଶତ କିମ୍ବା ପାଣ୍ଠିର ମୋଟ ମୂଲ୍ୟ ମଧ୍ୟରୁ ଯେଉଁ ରାଶି ଅଧିକ ହେବ, ତାହା ମୃତ୍ୟୁଜନିତ ଆର୍ଥିକ ସହାୟତା ଭାବେ ପ୍ରଦାନ କରାଯିବ। ତେଣୁ ପଲିସିଧାରୀଙ୍କ ଅକାଳ ମୃତ୍ୟୁ ହେଲେ ମଧ୍ୟ ଏହି ଯୋଜନାରେ ନାମାଙ୍କିତ ବ୍ୟକ୍ତି ମୃତ୍ୟୁଜନିତ ସହାୟତା ରାଶି ପାଇପାରିବେ।

ଯଦି ଏହି ପଲିସି ଯୁଗ୍ମ ଜୀବନ ଆଧାରରେ ନିଆଯାଇଥାଏ, ତେବେ ପ୍ରଥମ ଜୀବନ ବୀମାଭୁକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ପ୍ରିମିୟମ୍ ପୈଠରୁ ଛାଡ଼ ମିଳିବ। ଫଳରେ ଦ୍ୱିତୀୟ ଜୀବନ ବୀମାଭୁକ୍ତ ବ୍ୟକ୍ତିଙ୍କ ପାଇଁ ପଲିସି ଜାରି ରହିବ। ଏପରି କ୍ଷେତ୍ରରେ ଦ୍ୱିତୀୟ ଜୀବନ ବୀମାଭୁକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ପରେ ନାମାଙ୍କିତ ବ୍ୟକ୍ତିଙ୍କୁ ମୃତ୍ୟୁଜନିତ ସହାୟତା ରାଶି ପ୍ରଦାନ କରାଯିବ।ଏହିପରି ଭାବେ ପଲିସିରୁ ମିଳୁଥିବା ଅର୍ଥ ପରବର୍ତ୍ତୀ ପିଢ଼ି ପାଇଁ ଉତ୍ତରାଧିକାର ସମ୍ପତ୍ତି ଭାବେ କାମ କରିପାରିବ। ଏଥିସହ ଗ୍ରାହକମାନେ ଶତ ପ୍ରତିଶତ ପର୍ଯ୍ୟନ୍ତ ଅଂଶଧନ ବଜାରରେ ନିବେଶ କରିବାର ସୁଯୋଗ ପାଇବା ସହ ବିଭିନ୍ନ ପାଣ୍ଠି ବିକଳ୍ପ ମଧ୍ୟରୁ ନିଜ ପସନ୍ଦ ଅନୁଯାୟୀ ଚୟନ କରିପାରିବେ।

ଏହି ଯୋଜନାରେ ପ୍ରିମିୟମ୍ ପୈଠ ପାଇଁ ବିଭିନ୍ନ ବିକଳ୍ପ ଏବଂ ପଲିସି ଅବଧି ଚୟନର ସୁବିଧା ରହିଛି। ପଲିସିର ଅବଧି ୯୦ ବର୍ଷ ବୟସ ପର୍ଯ୍ୟନ୍ତ ରଖିବାର ସୁବିଧା ଥିବାରୁ ଗ୍ରାହକମାନେ ନିଜର ଦୀର୍ଘମିଆଦୀ ଆର୍ଥିକ ଲକ୍ଷ୍ୟକୁ ସହଜରେ ଯୋଜନାବଦ୍ଧ କରିପାରିବେ।

ଏଥିସହ ଗ୍ରାହକମାନେ ଏକାଧିକ ନାମାଙ୍କିତ ବ୍ୟକ୍ତିଙ୍କୁ ଚୟନ କରିପାରିବେ ଏବଂ ପ୍ରତ୍ୟେକ ନାମାଙ୍କିତ ବ୍ୟକ୍ତିଙ୍କୁ ପଲିସିର ଲାଭ ରାଶିର କେତେ ଅଂଶ ମିଳିବ, ତାହା ମଧ୍ୟ ନିର୍ଦ୍ଧାରଣ କରିପାରିବେ। ଏହାଦ୍ୱାରା ନିଜ ସମ୍ପତ୍ତି କିପରି ଏବଂ କାହା ମଧ୍ୟରେ ବଣ୍ଟନ ହେବ, ସେଥିପାଇଁ ଏକ ସୁବ୍ୟବସ୍ଥିତ ଯୋଜନା କରିବା ସମ୍ଭବ ହେବ।

ଏହି ଉତ୍ପାଦ ବିଶେଷକରି ସେହି ବ୍ୟକ୍ତିମାନଙ୍କ ପାଇଁ ଉଦ୍ଦିଷ୍ଟ, ଯେଉଁମାନେ ନିଜ ପରିବାର ଓ ପ୍ରିୟଜନଙ୍କ ପାଇଁ ଏକ ସୁଦୃଢ଼ ଆର୍ଥିକ ଭିତ୍ତିଭୂମି ଗଠନ କରିବା ସହ ନିଜ ଇଚ୍ଛା ଅନୁଯାୟୀ ନାମାଙ୍କିତ ବ୍ୟକ୍ତିମାନେ ପଲିସିର ଲାଭ ପାଇବା ସୁନିଶ୍ଚିତ କରିବାକୁ ଚାହୁଁଛନ୍ତି।

You might also like