ପୁଣି ଆଇସିସି ଅଧ୍ୟକ୍ଷ ହେଲେ ଜୟ ଶାହ

ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ଅଧ୍ୟକ୍ଷ ଭାବେ ପୁଣିଥରେ ନିର୍ବାଚିତ ହୋଇଛନ୍ତି ଜୟ ଶାହ। ଏହା ତାଙ୍କର କ୍ରମାଗତ ଦ୍ୱିତୀୟ କାର୍ଯ୍ୟକାଳ। ନିର୍ଦ୍ଦେଶକ ମାନଙ୍କ ବୋର୍ଡ ମିଟିଂରେ ଜୟ ଶାହଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି।୨୦୨୪ ମସିହା ଡିସେମ୍ବର ୧ ତାରିଖରେ ଜୟ ଶାହ ପ୍ରଥମଥର ପାଇଁ ଆଇସିସି ଅଧ୍ୟକ୍ଷ ପଦର ଦାୟିତ୍ୱ ଗ୍ରହଣ କରିଥିଲେ। ସେ ଗ୍ରେଗ୍ ବାର୍କଲେଙ୍କ ସ୍ଥାନରେ ଏହି ପଦ ଅଳଙ୍କୃତ କରିଥିଲେ। ତାଙ୍କର ପ୍ରଥମ କାର୍ଯ୍ୟକାଳ ପରେ ଏବେ ପୁଣିଥରେ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦ ପାଇଁ ଚୟନ କରାଯାଇଛି।

ବାଲିରେ ଅନୁଷ୍ଠିତ ବୈଠକରେ ଆଇସିସିର ବିଭିନ୍ନ ସଦସ୍ୟ ଦେଶର ପ୍ରତିନିଧିମାନେ ସାମିଲ ହୋଇଥିଲେ। ବିଶ୍ୱ କ୍ରିକେଟ୍‌ର ଭବିଷ୍ୟତ, ଖେଳର ବିସ୍ତାର ଏବଂ ବାଣିଜ୍ୟିକ ବିକାଶ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ଅବସରରେ ଜୟ ଶାହଙ୍କୁ ପୁଣି ଅଧ୍ୟକ୍ଷ କରିବା ପାଇଁ ସହମତି ପ୍ରକାଶ ପାଇଥିଲା।ଆଇସିସି ବୋର୍ଡକୁ ଧନ୍ୟବାଦ ଜଣାଇଲେ ଜୟ ଶାହ

You might also like