ବିବାହ ବନ୍ଧନରେ ବାନ୍ଧି ହେବେ ଏହି ଷ୍ଟାର ଯୋଡି! ପରିବାର ସହିତ ନଜର ଆସିଲେ ରଜନୀକାନ୍ତ-ଏମକେ ଷ୍ଟାଲିନ୍
ପ୍ରସିଦ୍ଧ ସଂଗୀତକାର ଅନିରୁଦ୍ଧ ରବିଚନ୍ଦର ଏବଂ ସନରାଇଜର୍ସ ହାଇଦ୍ରାବାଦର ସିଇଓ କାବ୍ୟ ମାରାନଙ୍କ ରାଜକୀୟ ବିବାହ ପାଇଁ ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଯାଇଛି।ରିପୋର୍ଟ ଅନୁସାରେ, ନଭେମ୍ବର ୧୦ ଓ ୧୧ ତାରିଖରେ ଗ୍ରୀସ୍ରେ ବିବାହ ସମାରୋହ ଆୟୋଜନ ହେବ । ଏହି ରାଜକୀୟ ବିବାହରେ ଅନେକ ଭିଆଇପି ଅତିଥି ଯୋଗଦେବାର ସୂଚନା ରହିଛି।ଏହି ବିବାହରେ ଚଳଚ୍ଚିତ୍ର, ରାଜନୈତିକ ଏବଂ ବ୍ୟବସାୟ ଜଗତର ଅନେକ ପ୍ରମୁଖ ବ୍ୟକ୍ତି ଯୋଗ ଦେବାର ଆଶା କରାଯାଉଛି। ଦକ୍ଷିଣ ସୁପରଷ୍ଟାର ରଜନୀକାନ୍ତ ମଧ୍ୟ ତାଙ୍କ ପରିବାର ସହିତ ଗ୍ରୀସ୍ ଯାଇଛନ୍ତି। ବିମାନବନ୍ଦରରେ ଥାଲାଇଭାଙ୍କ ଫଟୋ ସାମ୍ନାକୁ ଆସିଛି। ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ମଧ୍ୟ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା।ମିଡିଆ ରିପୋର୍ଟ ଅନୁସାରେ, ନଭେମ୍ବର ୧୦ ଓ ୧୧ ତାରିଖରେ ଗ୍ରୀସ୍ରେ ବିବାହ ସମ୍ପର୍କିତ କାର୍ଯ୍ୟକ୍ରମ ହେବ। ତେବେ ବିଦେଶରେ ବିବାହ ଆୟୋଜନ ଓ ଏହାର ତାରିଖ ସମ୍ପର୍କରେ ଅନିରୁଦ୍ଧ କିମ୍ବା କାବ୍ୟାଙ୍କ ପରିବାର ପକ୍ଷରୁ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଘୋଷଣା ହୋଇନାହିଁ। ଅନ୍ୟପଟେ ସୋସିଆଲ ମିଡିଆରେ ଏକ ନିମନ୍ତ୍ରଣ କାର୍ଡ ଭାଇରାଲ୍ ହୋଇଥିଲା। ଏଥିରେ ୨୧ ନଭେମ୍ବର ୨୦୨୬ ତାରିଖ ଉଲ୍ଲେଖ ଥିବା ଦାବି କରାଯାଇଥିଲା।