କ୍ୟାପିଟାଲ ହସ୍ପିଟାଲରେ ୩ ମାସର ଶିଶୁର ହୃତପିଣ୍ଡ ଅସ୍ତ୍ରୋପଚାର ସଫଳ
ଭୁବନେଶ୍ଵର (ରାଜ୍ୟ କାହାଣୀ )କ୍ୟାପିଟାଲ ହସ୍ପିଟାଲରେ ସଫଳ ହୋଇଛି ଏକ ବଡ଼ ଅସ୍ତ୍ରୋପଚାର । ମାତ୍ର ୩ ମାସର ଶିଶୁର ହୃତପିଣ୍ଡରେ ଛିଦ୍ର ଥିବା ଜଣାପଡ଼ିବା ପରେ ଚିନ୍ତାରେ ପଡ଼ିଥିଲେ ପରିବାର ଲୋକ ।ଏଭଳି ସ୍ଥିତିରେ ଆଶାର ଆଲୋକ ସାଜିଥିଲା ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ। ଡାକ୍ତର ପି.କେ. ଦାସଙ୍କ ତତ୍ତ୍ୱାବଧାନରେ ଅଭିଜ୍ଞ ଡାକ୍ତରୀ ଟିମ୍ ପ୍ରାୟ ୨ରୁ ୩ ଘଣ୍ଟା ଧରି କରିଥିଲେ ଅସ୍ତ୍ରୋପଚାର।ଶେଷରେ ଅସ୍ତ୍ରୋପଚାର ସଫଳ ହୋଇଥିବା ବେଳେ ଶିଶୁର ସ୍ୱାସ୍ଥ୍ୟାବସ୍ଥା ଏବେ ସମ୍ପୂର୍ଣ୍ଣ ଭଲ ରହିଛି । ଏହି ସଫଳତା କେବଳ ଏକ ଶିଶୁକୁ ନୂଆ ଜୀବନ ଦେଇନାହିଁ, ବରଂ ସରକାରୀ ହସ୍ପିଟାଲରେ ମଧ୍ୟ ଉନ୍ନତମାନର ଚିକିତ୍ସା ଓ ଜଟିଳ ଅସ୍ତ୍ରୋପଚାର ସମ୍ଭବ ବୋଲି ପ୍ରମାଣିତ କରିଛି ।ଡାକ୍ତରୀ ଟିମ୍ର ଏହି ଉଦ୍ୟମ ଓ ସଫଳତାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । କ୍ୟାପିଟାଲ ହସ୍ପିଟାଲରେ ପୂର୍ବରୁ ମଧ୍ୟ ଅନେକ ଜଟିଳ ଅସ୍ତ୍ରୋପଚାର କରାଯାଇଛି, ଯାହାଦ୍ଵାରା ହସ୍ପିଟାଲକୁ ଚର୍ଚ୍ଚାକୁ ଆସିଛି ।