ରାଜ୍ୟରୁ ଦୁର୍ବଳ ହେଲା ଲଘୁଚାପର ପ୍ରଭାବ। ଆସନ୍ତା କାଲିଠୁ ଖସିବ ରାତି ତାପମାତ୍ରା

ଭୁବନେଶ୍ଵର ରାଜ୍ୟ କାହାଣୀ ରାଜ୍ୟରୁ ଦୁର୍ବଳ ହେଲା ଲଘୁଚାପର ପ୍ରଭାବ। ତେଲେଙ୍ଗାନା ଏବଂ ସଂଲଗ୍ନ ଆନ୍ଧ୍ରପ୍ରଦେଶ ଉପରେ ରହିଥିବା ଲଘୁଚାପ କ୍ଷେତ୍ର ଏବେ ଦୁର୍ବଳ ହୋଇଯାଇଛି। ତେବେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସହ ଘଡ଼ଘଡ଼ି ଓ ବିଜୁଳି ମାରିବାର ସମ୍ଭାବନା ରହିଛି। ରାଜ୍ୟରେ ରାତି ତାପମାତ୍ରା ଆଗାମୀ ୨୪ ଘଣ୍ଟା ଯାଏଁ ବିଶେଷ ପରିବର୍ତ୍ତନ ହେବନାହିଁ। ତେବେ ୬ରୁ ୮ ତାରିଖ ମଧ୍ୟରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇପାରେ। ଏହାପରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ।ଆସନ୍ତା ୬ ତାରିଖରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାର କିଛି ସ୍ଥାନରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ୭ ତାରିଖରେ ମଧ୍ୟ ଏହି ୫ଟି ଜିଲ୍ଲାର କାଁ ଭାଁ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଅନ୍ୟ ଜିଲ୍ଲାଗୁଡ଼ିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ।

You might also like